ରାଇକିଆ ବଜାରରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷଧିକ ତାଙ୍କର ଜିନିଷ ଜାଳି ପାଉଁସ.….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବସଷ୍ଟାଣ୍ଡର ଦୁର୍ଗା ମଣ୍ଡପ ସାମ୍ନାରେ ଥିବା ତିନୋଟି ଦୋକାନ ତଥା ଲୁଗା, ଷ୍ଟେସନାରି ଏବଂ ରାସନ୍ ଦୋକାନରେ କୈାଣସି କାରଣ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ଘଟିଛି I ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି I ସୂଚନା ଅନୁଯାୟୀ ସନ୍ଦିପ ପାତ୍ରଙ୍କ ଷ୍ଟେସନାରୀ ଦୋକାନଟି ବନ୍ଦ ଥିବା ସମୟରେ କୈାଣସି କାରଣରୁ ଷ୍ଟେସନାରୀ ଦୋକାନରେ ନିଆଁ ଲାଗି ଧୁଆଁ ବାହାରୁ ଥିବାର ଦେଖି ଲୋକମାନେ ବନ୍ଦ ଥିବା ଷ୍ଟେସନାରୀ ଦୋକାନକୁ ସାବଳ ଦ୍ଵାରା କବାଟକୁ ଭାଙ୍ଗି ଦମକଳବାହିନୀକୁ ଖବର ଦେଇଥିଲେ I ଖବର ପାଇ ଘଟଣା ସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।