ଘୁ.ଉଦୟଗିରି ଠାରେ ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଯୁବ ଜନତା ଦଳ କନ୍ଧମାଳ ତରଫରୁ ଘୁ.ଉଦୟଗିରି ଏନ.ଏ.ସି ଯୁବ ସଭାପତି ବ୍ରମ୍ହାନନ୍ଦ ସାହୁଙ୍କ ତତ୍ୱାବଧାନରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବିଜୁ ଯୁବ ଜନତା ଦଳର ଆଗାମୀ ଦିନର ଜନହିତକର କାର୍ଯ୍ୟକ୍ରମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଗୁଡିକ ଅଧିକରୁ ଅଧିକ ଲୋକଙ୍କୁ କିପରି ସହାୟକ ହୋଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା I

csp

ଦଳର ଏକତା କିପରି ବଜାୟ ରହିବ ଓ ଅଧିକରୁ ଅଧିକ ଲୋକଙ୍କୁ ଆଗାମୀ ଦିନରେ ମିଶ୍ରଣ ପର୍ବ ମାଧ୍ୟମରେ ଦଳରେ ସାମିଲ କରାଯିବା ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା I ଏହା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଜନହିତକର ଯୋଜନା ଉପରେ ଆଲୋକପାତ କରାଯାଇଥିଲା I ଏହି ବୈଠକରେ ବିଜୁ ଯୁବ ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଉପ -ସଭାପତି ଧନଞ୍ଜୟ ପାତ୍ର, ଜୟ ବେହେରା, ସୁମିତ ସାମନ୍ତରାୟ, ଯୁବ ସାଧାରଣ ସମ୍ପାଦକ ଅନିଲ କୁମାର ଦଳବେହେରା, ଯୁବ ସାଧାରଣ ସମ୍ପାଦକ ମିଥୁନ ଦିଗାଳ, ପୂର୍ବତନ ଅଧ୍ୟକ୍ଷ ପି.ସଞ୍ଜୀବ ପାତ୍ର, ବିପ୍ର ପ୍ରଧାନ, ପୂର୍ବତନ କାଉନସିଲର ନିରୋଜା ନାୟକ, କୁନିମା ପ୍ରଧାନ, କାନ୍ହୁ ବେହେରା, ବଳରାମ ତ୍ରିପାଠୀ, ସତ୍ୟନାରାୟଣ ନାୟକ, ପଞ୍ଚୁ ପ୍ରଧାନ, ଶଙ୍କର ନାରାୟଣ ସେଠୀଙ୍କ ସହ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ I