ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଆଜି ଘୁ.ଉଦୟଗିରି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି I

csp

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ଆଇନଜୀବୀ ରାମାରାଓ ନାୟକ, ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ନଗର କଂଗ୍ରେସ ସଭାପତି ଏନ ରାଜାରାଓ, ବ୍ଲକ ସଭାପତି ସଦାନନ୍ଦ ନାୟକ, କଂଗ୍ରେସ କର୍ମୀ ଜାକେଶ ପ୍ରଧାନ, ହିରେନ ନାୟକ, ଦେବାଶିଷ ନାୟକ, ଜିଖରୀୟ ନାୟକଙ୍କ ସମେତ ବିଭିନ୍ନ ପଂଚାୟତର ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ I ବରିଷ୍ଠ କଂଗ୍ରେସ କର୍ମୀମାନେ ମହାତ୍ମା ଗାନ୍ଧୀ ଛକରେ ଥିବା ଗାନ୍ଧୀ ମୂର୍ତ୍ତି ପାଖରେ ଠିଆ ହୋଇ ଗାନ୍ଧିଜୀଙ୍କ ନୀତିଆଦର୍ଶ ସମ୍ପର୍କରେ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ କହି ଥିଲେ I ତାପରେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ I