ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ରାଣିପେଣ୍ଠା ସ୍ଥିତ ଗଜପତି ଏସପିଙ୍କ କାର୍ଯ୍ୟାଳୟ ଠାରେ ହଜି ଯାଇଥିବା ମୋବାଇଲ ଗୁଡ଼ିକୁ ଆଜି ଗଜପତି ପୁଲିସ ପକ୍ଷରୁ ହସ୍ତାନ୍ତର କରାଯାଇଛି । ଏହି ଅବସରରେ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ ହଜି ଯାଇଥିବା 40 ଗୋଟି ମୋବାଇଲ ହସ୍ତାନ୍ତର କରିଥିବା କହିଥିଲେ । ବହୁ ଦିନରୁ ଜିଲାରେ ଲୋକଙ୍କ ମୋବାଇଲ ହଜି ଯାଇ ଥିବା ନେଇ ଥାନାରେ ଅଭିଯୋଗ ହେଇଥିଲା । ଯାହାକୁ ନେଇ ଆଜି ଏଗାରଟା ତିରିଶି ବେଳେ ଗଜପତି ଏସପି ଏନେଇ ସୂଚନା ଦେଇଥିଲେ । ଏହି ଅବସରରେ ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକ ସୁନିଲ କାନ୍ତି ମହାନ୍ତିଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପରୀପ୍ରେକ୍ଷୀରେ ହଜି ଯାଇଥିବା ମୋବାଇଲ ଗୁଡ଼ିକ ପାଇ ଲୋକେ ଖୁସି ଅନୁଭବ କରିଥିବା କହିଛନ୍ତି ।