ଆକର୍ଷଣର କେନ୍ଦ୍ର ବିନ୍ଦୁ ୧୪ ଫୁଟ ଉଚ୍ଚର ଗଣେଷ ମୂର୍ତ୍ତି, ଗଣନାଥଙ୍କ ପୂଜାରେ ଧରାକୋଟ ଅଞ୍ଚଳ ଉତ୍ସବ ମୁଖର…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଅଞ୍ଚଳର ପୁର ପଲ୍ଲୀ ଗଣେଶ ପୂଜାରେ ଉତ୍ସବ ମୁଖରିତ ହୋଇ ଉଠିଛି । ଧରାକୋଟ ନିକଟସ୍ଥ ବରଡ଼ାବାଲି ଗ୍ରାମର ପଞ୍ଚାଯତ କାର୍ଯ୍ୟଳୟ ନିକଟସ୍ଥ ଶିବ ମନ୍ଦିର ଛକରେ ଗଜାନନ ଯୁବକ ସଂଘ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ୧୪ ଫୁଟ ଉଚ୍ଚ ଓ ୧୨ ଫୁଟ ଓସାରର ବିରାଟ ଗଣେଶ ପ୍ରତିମା ଏଠାରେ ସ୍ଥାପନ କରାଯାଇଛି । ଆକର୍ଷଣୀୟ ତୋରଣ ସାଂଗକୁ ଭଳିକି ଭଳି ରଙ୍ଗୀନ ଆଲୋକ ମାଳରେ ମଣ୍ଡପକୁ ସଜା ଯାଇଛି । ଗଣେଷ ପୂଜା ଦିନ ସନ୍ଧ୍ୟାରେ ମୂର୍ତ୍ତି ସ୍ଥାପନ ପରେ ମନ୍ତ୍ର ପାଠ କରି ରୀତି ନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ଆଳତି ପ୍ରଦାନ ପରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । କମିଟିର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଦିନ ଭଜନ ସମାରୋହ, ଶୁକ୍ରବାର ମେଲୋଡି, ଶନିବାର ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ମିଳିଛି । ବିଶାଳକାୟ ଗଣେଷ ପ୍ରତିମା ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଏଠାରେ ଭିଡ ଜମୁଛି । ଏଠାରେ ସବୁଦିନ ସ୍ଵତନ୍ତ୍ର ଲଡୁ ଭୋଗ ଭକ୍ତମାନଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ଧରାକୋଟ ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ପ୍ରଭୁ ଗଣେଷଙ୍କ ପୂଜା ଧୁମ ଧାମରେ ପାଳନ ହୋଇଯାଇଛି । ଗ୍ରାମାଞ୍ଚଳ ସବୁ ସାହି ଗଳି ସମେତ ଧରାକୋଟ, ମୁଣ୍ଡମରାଇ, ଦସମାଇଲି, ମାଣିକ ପୁର, ଗୋଲା ଦାମୋଦର ପଲି, ଢଉଗାଁ, କୁସଗୁମା, ଡାକିବଜା, ବାହାର ପୁର, ଜାହାଡା, ସିଙ୍ଗିପୁର, ଜଗମୋହନ, ଝରପାରି, ଝାଡବନ୍ଧ, ଓଳମ୍ବା, ରୁଗୁମୁ, ସରଧାପୁର ପ୍ରଭୃତି ଗ୍ରାମର ମଣ୍ଡପ ଗୁଡିକରେ ପ୍ରଭୁ ଗଜାନନଙ୍କ ବଡ ଧୁମଧାମରେ ପୂଜାର୍ଚନା ଅନୁଷ୍ଠିତ ହୋଇଛି l ସେହି ଭଳି ଅଞ୍ଚଳର ସମସ୍ତ ଗଣେଶ ମନ୍ଦିର, ସରକାରୀ, ବେସରକାରୀ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମଧ୍ୟ ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ଅନୁଷ୍ଠିତ ହୋଇଯାଇଛି l