ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକଙ୍କ ଆବାହକତ୍ୱରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିନିଧି ହିମାଂଶୁ ଶେଖର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକକୁ ଫାର୍ମାସିଷ୍ଟ କେଦାର ନାଥ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଅତିଥି ଭାବରେ ସାଂସଦ ଅନିତା ସୁଭଦର୍ଷନିଙ୍କ ପ୍ରତିନିଧି ୟୁ ପାପା ରାଓ, ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳିଙ୍କ ପ୍ରତିନିଧି ଶିବ ଶଙ୍କର ପାତ୍ର, ଜି ପି ଇ ଓ ଦେବରାଜ ନାୟକ, ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ସୁପର ଭାଇଜର ଭଗ୍ୟଲତା ମଣ୍ଡଳ, ଏ ବି ଇ ଓ ବିଭୁତି ଭୁଷଣ ପାତ୍ର, ଏ ଏସ ଆଇ ଅନିଲ ଶବର, ମୁରଲୀଧର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ । ବି ପି ଏମ ଗୋଲକ ନାରାୟଣ ଗାରିଆ ଗଡୁ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତାବସ୍ଥା ଓ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କୀୟ ବିବରଣୀ ପାଠ କରିଥିଲେ । ଗ୍ରାମାଞ୍ଚଳରେ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ରୋଗୀଙ୍କୁ ସୁନିଶ୍ଚିତ ସେବା ଯୋଗାଇବା, ୱେଇଟିଂ ହଲ ନିର୍ମାଣ, 108 ଆମ୍ବୁଲାନ୍ସ ଗାଡି ଧରାକୋଟ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରଖିବା ପାଇଁ ପଦକ୍ଷେପ ନେବାପାଇଁ ବିଧାୟକ ପ୍ରତିନିଧି ଦାବୀ ଉପସ୍ଥାପନ କରିଥିବା ବେଳେ ମେଡ଼ିକାଲର କର୍ମଚାରୀ ପଦବୀ ପୂରଣ ସହ ଆନୁଷଙ୍ଗିକ ସୁବିଧା ପାଇଁ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାଂସଦ ପ୍ରତିନିଧି ପ୍ରକାଶ କରିଥିଲେ । ଭାରପ୍ରାପ୍ତ ଚିକିତ୍ସାଧୀକାରି ଡାକ୍ତର ଅଶୋକ ମେଡ଼ିକାଲରେ ଜେନେରେଟର ନଥିବା, ମହାପ୍ରୟାଣ ଗାଡି, ଏକ୍ସରେ ବ୍ୟବସ୍ଥା ଓ ଏଲ ଟି ପଦବୀ ପୂରଣ ପାଇଁ ଦାବୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ନିଃସ୍ଵାର୍ଥପର ରୋଗୀସେବାରେ ସକ୍ରିୟ ସହଯୋଗ ପାଇଁ ଉଦୀୟମାନ ଯୁବକ ମହେଶ୍ୱର ବେହେରାଙ୍କୁ ଉପଢୌକନ,ସିଲ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଗ୍ରାମାଞ୍ଚଳରେ କାର୍ଯ୍ୟରତ ଡାକ୍ତର ଅନୁପମା ମହାପାତ୍ର, ଡାକ୍ତର ସୌମ୍ୟ ଶ୍ରୀକ୍ଷେତ୍ର ଗୌଡ଼, ଡାକ୍ତର ଯୁଧିଷ୍ଠିର ପ୍ରଧାନ, ଡାକ୍ତର ଶଙ୍କର ନାରାୟଣ ବେହେରା ସ୍ବାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ନିରବଚ୍ଛିନ୍ନ ଭାବରେ ରୋଗୀମାନଙ୍କୁ ସେବା ଯୋଗାଇ ଆସୁଥିବା ବିଭିନ୍ନ ବର୍ଗର ସ୍ବାସ୍ଥ୍ୟକର୍ମୀ ଏବଂ ଆଶା କର୍ମୀ ରିତା ସ୍ୱାଇଁ, ସୁସାନ୍ତୀ ଗମାଙ୍ଗ ଓ ଅନୁସୁୟା ମହାନ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇବା ଓ ସରକାରୀ ଅନୁଦାନର ସୁବିନିଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଶେଷରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କରାଯାଇଥିଲା । ଫାର୍ମାସିଷ୍ଟ କେଦାରନାଥ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।