ମହେନ୍ଦ୍ରତନୟା ମହାବିଦ୍ୟାଳୟରେ ମ୍ୟାଲେରିଆ, ଡେଙ୍ଗୁ ହଇଜା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ….

ରା.ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରା.ଉଦୟଗିରି ସ୍ଥିତ ମହେନ୍ଦ୍ରତନୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅଧ୍ୟକ୍ଷା ଭାରତୀ ମିଶ୍ରଙ୍କ ସଭାପତିତ୍ବରେ, ମ୍ୟାଲେରିଆ, ଡେଙ୍ଗୁ ଓ ହଇଜା ସଂକ୍ରମଣର କାରଣ, ନିରାକରଣ ଓ ପ୍ରତିକାର ଉଦ୍ଦେଶ୍ୟରେ Y. R. C. ୟୁନିଟ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ CH.C ରା. ଉଦୟଗିରି ଅନୀଲ କୁମାର ପଣ୍ଡା, Y R C କାଉନସିଲର ନିଳାଞ୍ଚଳ ପାଣିଗ୍ରାହୀ ଓ ରାଜନୀତି ବିଜ୍ଞାନ ଅଧ୍ୟାପିକା ସୋନାଲି ଦେବୀ ପ୍ରମୁଖ ଯୋଗଦେଇ ମଶା ଦାଉରୁ ରକ୍ଷା ଲାଗି ମଶାରୀ ବ୍ୟବହାର ସହ ଜମିରହିଥିବା ପାଣିକୁ ଫୋପାଡିବା, ଠିକ ସମୟରେ ଓୌଷଧ ସେବନ କରିବା, ସେହିପରି ଡେଙ୍ଗୁ ଓ ହଇଜା ପ୍ରତି ସଜାଗ ରହି ତାର ପ୍ରତିକାର କରିବା ଆଦି ଉପରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ମିଶ୍ର ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟ ସହ କର୍ମୀ ସହଯୋଗ କରିଥିଲେ ।