କୋଟଗଡ(ଦୀପେନ୍ଦ୍ର ନାୟକ): କୋଟଗଡ଼ ଠାରେ ଗୁରୁବାର ଜଗନ୍ନାଥ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା । ଶ୍ରୀ ଜଗନ୍ନାଥ ମନ୍ଦିରର ରକ୍ଷଣା ବେକ୍ଷଣା କିପରି ଭରେ ସୁବିଧାରେ ହୋଇ ପାରିବ, ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି, ବାର୍ଷିକ ପର୍ବ ପର୍ବାଣି ସୁବିଧାରେ ବା ସୁରକ୍ଷିତ ଭାବରେ ହୋଇ ପାରିବ ତା ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପ୍ରଥମେ କମିଟର ନୂତନ ଭାବେ ନିଯୁକ୍ତି ହୋଇଥିବା କମିଟି ସଭାପତି କେ ବସନ୍ତ ପାତ୍ର, ଉପ ସଭାପତି ବାଲେଶ୍ୱର ନାୟକ, ବଂଶୀଧର ସାହୁ, ସମ୍ପାଦକ ଈଶ୍ୱର କୁମାର ମହାପାତ୍ର, ସହ ସମ୍ପାଦକ କେ ସଞ୍ଜୟ ପାତ୍ର, କୋଷାଦକ୍ଷ ବିରୁପାକ୍ଷ ମିଶ୍ର ଙ୍କ ସହ ସମସ୍ତ ନବ ନିଯୁକ୍ତି କମିଟି ସଦସ୍ୟଙ୍କୁ ପୂର୍ବ କମିଟି ସମ୍ପାଦକ କେ ରବୀନ୍ଦ୍ର ପାତ୍ର ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମଟି ନୂତନ ସଭାପତିଙ୍କ ଅଧକ୍ଷତାରେ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ନୂତନ ସମ୍ପାଦକ ପରିଚାଳନା କରିଥିଲେ । ଆଲୋଚନାରେ ମନ୍ଦିର ସୁପରିଚାଳନା, ମନ୍ଦିର କାର୍ଯ୍ୟକ୍ରମ, ମହାପ୍ରଭୁଙ୍କ ଅର୍ଣ୍ଣ ପ୍ରସାଦର ମାନବୃଦ୍ଧି ଓ ସମୟ ସାରଣୀ, ମନ୍ଦିରରେ ହେଉଥିବା ବ୍ରତ, ବାହାଘର ଭଳି କାର୍ଯ୍ୟକ୍ରମକୁ କିପରି ଭାବରେ ସୁବିଧାରେ କରି ହେବ ତା ଉପରେ ଆଲୋଚନା କରାଯାଇଥିଲା । ସମ୍ପାଦକ ଶ୍ରୀ ଜଗନ୍ନାଥଙ୍କ ସମ୍ପତିର ବିବରଣୀକୁ କମିଟି ଆଗର ପଠନ କରିଥିଲେ । କମିଟି ର କାର୍ଯ୍ୟକ୍ରମକୁ ସହଜ ଓ ମନ୍ଦିର କାର୍ଯ୍ୟକ୍ରମରେ ସହଯୋଗ କରିବା ପାଈଁ ମନ୍ଦିର ସେବା ସମିତି ନାମକ ଏକ ସ୍ବେଛାସେବୀ ସଂଗଠନ ମହେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଗଠନ କରାଯଇଛି । ସମସ୍ତ କମିଟି ସଦସ୍ୟ ଓ ସେବା ସମିତିର ସଦସ୍ୟ କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବେ ନିଜ ଦାଇତ୍ୱକୁ ତୁଲାଇବା ପାଈଁ ସମସ୍ତେ ଶପଥ କରିଛନ୍ତି । ଏହି ବୈଠକରେ ଶୁଭକାନ୍ତ ନାୟକ ବିଡ଼ିଓ କୋଟଗଡ, ବାଲଗୋପାଳ ବେହେରା ବନାଞ୍ଚଳ ଅଧିକାରୀ କୋଟଗଡ ଓ ଆନନ୍ଦ ଚନ୍ଦ୍ର ପାତ୍ର ଥାନା ଭାରପ୍ରାପ୍ତ ଅଧିକାରୀ କୋଟଗଡ ଯୋଗ ଦେଇଥିଲେ ।