ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ….

ଚକାପାଦ(ବାଳକୃଷ୍ଣ କହଁର): ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ । ସଭାପତିତ୍ଵ କରିଥିଲେ ସମ୍ବାଦ ଜିଲ୍ଲା ପ୍ରତିନିଧି ଡଃ ରଞ୍ଜନ ପ୍ରଧାନ । ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ, ଅଧ୍ୟାପକ ରାମକୃଷ୍ଣ ମହାନ୍ତି, ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ, ସମ୍ବାଦ ସାହିତ୍ୟ ଘରର ସଭାପତି ସନ୍ତୋଷ କୁମାର ପଣ୍ଡା, ଦେବାଶିଷ ପ୍ରିୟଦର୍ଶନ ସାହୁ ଏବଂ ସମ୍ବାଦ ବ୍ଲକ ପ୍ରତିନିଧି ମନୋଜ କୁମାର ଗୌଡ଼ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । ସୁସ୍ଥ ଜୀବନ ପାଇଁ ପରିବେଶର ସୁରକ୍ଷା ଜରୁରୀ ବୋଲି ମତ ରଖିଥିଲେ ମଞ୍ଚାସୀନ ଅତିଥି । ମଁ। ଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ଶପଥ ନେଇଥିଲେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ପରିଶେଷରେ ମନୋଜ କୁମାର ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।