କଇଁପୁର ଗାମପଞ୍ଚାୟତଠାରେ ଜନସୁରକ୍ଷା ଯୋଜନା ଏବଂ ବ୍ୟାଙ୍କ ସେବା ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ଗାମପଞ୍ଚାୟତଠାରେ ଜନସୁରକ୍ଷା ଯୋଜନା ଏବଂ ବ୍ୟାଙ୍କ ସେବା ପରିପୂର୍ତ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଜୟନ୍ତୀ ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଭାରତୀୟ ରିଜର୍ଭ ବ୍ୟାଙ୍କ ଗଜପତି ଜିଲ୍ଲା ଅଗ୍ରଣୀ ଅଧୀକାରୀ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ନିବନ୍ଧକ ଶ୍ରୀ ମହେଶ୍ବର ମଣ୍ଡଳ କେନ୍ଦ୍ର ସରକାରଙ୍କ ବୀମା, ପେନସନ୍ ସମ୍ବନ୍ଧୀୟ ଜନସୁରକ୍ଷା ଯୋଜନା ଏବଂ ପରିପୂର୍ତ୍ତୀ କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ । କାନାରା ବ୍ୟାଙ୍କ ପାରଳାଖେମୁଣ୍ଡି ଶାଖା ଦ୍ବାରା ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ସମ୍ବନ୍ଧରେ ବ୍ୟାଙ୍କ ପରିଚାଳକ ଓ ସହ ପରିଚାଳକ ଲୋକମାନଙ୍କୁ ଅବଗତ କରିବା ସହ ଆଗାମୀ ଦିନରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମମାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମକୁ ଆର୍ଥିକ ସାକ୍ଷରତା ଜିଲ୍ଲା ସଂଯୋଜକ ମନୁ ମଲ୍ଲିକ, ତୁଷାର ଦାସ, କେ.ଅକ୍ଷୟ ପରିଚାଳନା କରିଥିବାବେଳେ ପଞ୍ଚାୟତର ସମିତି ସଭ୍ୟା, ସମସ୍ତ ଓ୍ବାର୍ଡସଭ୍ୟ, ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ଓ ବହୁ ସଂଖ୍ୟାରେ ଚାଷୀମାନେ ଉପସ୍ଥିତ ଥିଲେ ।