ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଡ଼ ସାହିର ଜଣେ ବାୟୋ ବୃଦ୍ଧା ମହିଳାଙ୍କ ମଙ୍ଗଳବାର ଦିନ ରାତ୍ର ପ୍ରାୟ ୧୦ଟା ୪୫ ରେ ମୃତ୍ୟୁ ଘଟିଛି । ସେ ହେଉଛନ୍ତି ସ୍ବର୍ଗତ ଚୌଧୁରୀ ନାୟକଙ୍କ ପତ୍ନୀ ତେରେସା ନାୟକ, ମୃତ୍ୟୁ ବେଳେ ତାଙ୍କ ବୟସ ପ୍ରାୟ ୯୦ବର୍ଷ ହେବ । ଗତ ବର୍ଷ ଦିନ ହେବ ବର୍ଦ୍ଧକ୍ୟତା ହେତୁ ଶଯ୍ୟାଶାୟୀ ହୋଇ ସାନ ପୁଅ କୁନୁଚନ୍ଦ୍ର ନାୟକ ଘରେ ଥିଲେ l ହେଲେ ଈଶ୍ୱରଙ୍କ ନିର୍ଦ୍ଧେଶ ଅନୁଯାୟୀ ମଙ୍ଗଳ ବାର ଦିନ ରାତ୍ର ତାଙ୍କର ମୃତ୍ୟୁ ହୋଇଥିଲା । ସେ ଅଙ୍ଗନୱାଡ଼ି ସହାୟିକା ଭାବେ କାମ କରୁ ଥିଲେ l ତାଙ୍କ ସେବା କାଳରେ ଗ୍ରାମର ପ୍ରି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମାତୃ ସୁଲଭ ପ୍ରେମରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ନେବା ଆଣିବା କରୁଥିଲେ l ଅବସର ଗ୍ରହଣ କରିବା ପରେ ସାନ ପୁଅ ବହୁ ସହ ରହୁଥିଲେ । ତାଙ୍କ ମୃତ୍ୟୁ ଖବର ଅଞ୍ଚଳରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି l ଖବର ପାଇ ପାଖ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ, ଆତ୍ମୀୟ ସୌଜନ ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚି ଥିଲେ । ମୃତ୍ୟୁ ସମୟରେ ତାଙ୍କ ସାନ ପୁଅ କୁନୁଙ୍କ ସମେତ ତିନି ଜଣ ପୁତ୍ର , ଦୁଇ ଝିଅ ମାର୍ଗା ରିତା ନାୟକ, ସୁଜାତା ନାୟକ ବଡ ନାତି ଅଜିତ ନାୟକ, ନାଗା, ସନ୍ଦିପ ଓ ଅନ୍ୟ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ଗ୍ରାମବାସୀ ଓ ଆତ୍ମୀୟ ସୌଜନଙ୍କ ଗହଣରେ ଶୋକାକୁଳ ପରିବେଶ ରେ ବୁଧବାର ଦିନ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି l