ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ ଓ ସଂସ୍କୃତି ବିଭାଗର ସହଯୋଗରେ “ହର ଘର ତ୍ରିରଙ୍ଗା “କାର୍ଯ୍ୟକ୍ରମ ୧୧ ତାରିଖରୁ ୧୫ତାରିଖ ମଧ୍ୟରେ ପ୍ରତ୍ୟେକ ବିଶ୍ଵ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ କରାଯାଉଥିବା ବେଳେ ଏହି କାର୍ଯ୍ୟକ୍ରମଟି ବୁଧବାର ଦିନ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ ଛାତ୍ରଛାତ୍ରୀମାନେ ୫୦ ମିଟର ଲମ୍ବର ତ୍ରିରଙ୍ଗା ପତାକା ଧରି ଏକ ବିରାଟ ଶୋଭାଯାତ୍ରା କରି ଦେଶ ପ୍ରେମ ଜାଗୃତ କରିଥିଲେ । କନ୍ଧମାଳରୁ ସାରା ଦେଶ ଶାନ୍ତି ଓ ପ୍ରଗତିର ସନ୍ଦେଶ, ବନ୍ଦେ, ମାତରମ୍, ସ୍ବାଧୀନତା…ଅମର ରହୁ, ଆମର ଏକତା… ଆମର ଶକ୍ତି, ଯୁବଶକ୍ତି…ଦେଶର ଶକ୍ତି, ତିନି ରଙ୍ଗ…ଗୋଟିଏ ଦେଶ ,ଦେଶ ପାଇଁ…ଆମେ କାମ କରିବା ଗର୍ବରେ କୁହ…ଆମେ ଭାରତୀୟ ଏପରି ସ୍ଲୋଗାନରେ ବ୍ରାହ୍ମଣୀଗାଁ ସହରରେ ପ୍ରକମ୍ପିତ ହେଉଥିଲା ଏବଂ ଦେଶ ପ୍ରେମର ମାହୋଲ ସୃଷ୍ଠି କରୁ ଥିଲା । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟର ଅଧ୍ୟାପକ ଉପେନ୍ଦ୍ର କୁମାର ଛଟେଇ, ଅମିତ କୁମାର ନାୟକ, ମନୋରଞ୍ଜନ ବଳିୟାର ସିଂ, ସମୀର ପ୍ରସାଦ ମାଇକଲ, ସୁଜ୍ଞାନ ସାହୁ, କ୍ରିଷ୍ନା କୁମାର ମାଝୀ, ବିମଳ ବସ୍ତରାୟଙ୍କ ସମେତ ଅନ୍ୟ କର୍ମଚାରୀ ସହଯୋଗ କରିଥିବା ବେଳେ ଯୁକ୍ତ ୩ କଳା ଓ ବାଣିଜ୍ୟ ପ୍ରଥମ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।