ରା.ଉଦୟଗିରି(ଆକାଶ ଦାସ): ସ୍ୱାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ୧୩ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡେଇବା ପାଇଁ କେନ୍ଦ୍ର ସରକାର ଆହ୍ୱାନ କରିଛନ୍ତି l ଏଣୁ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଆଜି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ସ୍ଥିତ ଡ଼ଃ. ବି. ଆର. ଆମ୍ବେଦକର ଜାତୀୟ ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିରାଟକାୟ ଜାତୀୟ ପତାକା ଧରି ହର ଘର ତ୍ରିରଙ୍ଗା ସହ ବିଭିନ୍ନ ସ୍ଲୋଗାନ ଦେଇ ମହାବିଦ୍ୟାଳରୁ ବାହାରି ହାଟପଦା ଗାନ୍ଧୀ ଛକ ଦେଇ ରାମଗିରି ଗ୍ରାମର ସମସ୍ତ ସାହି ପରିକ୍ରମା କରିଥିଲେ l ଏହି ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କ ସହ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସମସ୍ତ ଛାତ୍ରଛାତ୍ରୀ , ସମସ୍ତ କର୍ମଚାରୀ ଏବଂ ମହାବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟମାନେ ସାମିଲ ହୋଇଥିଲେ l