ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଗ୍ରାମର ବୈଷ୍ଣବ ତୋଟା ସାହିରେ ଜଣେ ବ୍ୟକ୍ତିଙ୍କୁ ଗାଁ ମଝି ଦାଣ୍ଡରେ ହତ୍ୟା କରାଯାଇଛି l ହତ୍ୟା କାଣ୍ଡରେ ମୃତ ବ୍ୟକ୍ତି ଜଣଙ୍କ ହେଲେ ୫୫ ବର୍ଷୀୟ ହରି ପଟ୍ଟନାୟକ l ସୂଚନା ଅନୁସାରେ ରାଳବ ଗ୍ରାମର କୋଠ ଘରକୁ ହରି ପଟ୍ଟନାୟକଙ୍କ ଭିନ୍ନକ୍ଷମ ପୁଅ ସାଗର ପଟ୍ଟନାୟକ ଶୋଇବାକୁ ଯାଇଥିଲେ l ସେଠାରେ ଅରୁଣ ଦଳାଇ ନାମକ ଜଣେ ନିଶାଶକ୍ତ ଯୁବକ ଭିନ୍ନକ୍ଷମ ପୁଅ ସାଗରକୁ ଗାଳି ଗୁଲଜ ସହ ମାରପିଟ କରିଥିଲା l ଘଟଣା ବିଷୟରେ ଭିନ୍ନକ୍ଷମ ସାଗର ବାପା ହରି ପଟ୍ଟନାୟକଙ୍କୁ ଜଣାଇ ଥିଲେ l ଘଟଣା ବିଷୟରେ ହରି ପଟ୍ଟନାୟକ ଅରୁଣ ଦଳାଇକୁ ପଚାରିବା ବେଳେ ନିଶାଶକ୍ତ ଅରୁଣ ଏକ ଛୁରୀ ସାହାଯ୍ୟରେ ହରିଙ୍କୁ ଆକ୍ରମଣ କରି ତାଙ୍କ ଗଳା କାଟିବା ସହ ପେଟକୁ ଛୁରା ମାଡ଼ କରିଥିଲା l ଫଳରେ ଘଟଣା ସ୍ଥଳରେ ହିଁ ହରିଙ୍କର ମୃତ୍ୟୁ ହୋଇଥିଲା l ଅପର ପକ୍ଷରେ ଅଭିଯୁକ୍ତ ଅରୁଣ ଦଳାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ ହିଞ୍ଜିଳି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ହିଞ୍ଜିଳି ମେଡିକାଲକୁ ପଠାଇ ଥିଲା l