ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା l ଏହି ସମାରୋହ ମାନ୍ୟବର ଅବକାରୀ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ l ଏଥିରେ ମାନ୍ୟବର ପାରଳା ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର ପଣ୍ଡା, ଜିଲ୍ଲାପରିଷଦ ଅଧକ୍ଷ ଜି.ତିରୁପତି ରାଓ, ପୌରପରିଷଦ ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ବନଖଣ୍ଡ ଅଧିକାରୀ କେ.ନାଗାରାଜୂ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶଙ୍କର କେରକେଟ୍ଟା ପ୍ରମୁଖ ଯୋଗଦେଇଥିଲେ ଏବଂ ଏହି ସମାରୋହରେ ବିଭିନ୍ନ କର୍ମଚାରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ପାରଳା ବିଧାୟକ ନିଜ ହସ୍ତରେ ସମ୍ମାନ ପତ୍ର ପ୍ରଦାନ କରିଥିଲେ l