ଘୁ.ଉଦୟଗିରି-ପାବୁରିଆ ରାସ୍ତା କାମ ସରିନି ଉଠିଲା ଟାଏଲ ଏବଂ ପିଚୁ, ସବୁ ଜାଣି ଚୁପ ବସିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ବାସିଆଙ୍କ ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି I ଏହି ଯୋଜନାର କାର୍ଯ୍ୟକାରିତା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଦେଉଛନ୍ତି I ହେଲେ ଏହି ଅନୁଦାନକୁ ଦିବାଲୋକରେ କିଛି ଵିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାର ବାଟମାରଣା କରୁଥିବା ଘଟଣା ପଦାକୁ ଆସିଛି I ରାସ୍ତା କାମ ସରିନାହିଁ ହେଲେ ରାସ୍ତାର ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ବସା ଯାଇଥିବ ଟାଏଲ ଉଠିବା ସହ ଦବୀ ଯାଇ ଥିବାର ଦେଖା ଦେଇଛି I ସେହି ପରି ଭାବରେ ଅନେକ ସ୍ଥାନରେ ପିଚୁ ମଧ୍ୟ ଉଠି ଥିବାର ଦେଖା ଦେଇଛି I ଯାହାକି ସରକାରୀ ଅନୁଦାନ ଦିବଲୋକରେ ହରିଲୁଟ କରାଯାଉଛି ବୋଲି ସ୍ଥାନୀୟ ବାସୀନ୍ଧା କହିଛନ୍ତି I 


କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପିଡବ୍ଲୁଡ଼ି ଅଧୀନରେ ବନ୍ଧଛକ ଠାରୁ ଗ୍ରେସିଙ୍ଗିଆ ପର୍ଯ୍ୟନ୍ତ ହୋଇ ଥିବା ରାସ୍ତାରେ ଏଭଳି ଆନିୟମିତତା ହୋଇ ଥିବା ଦେଖିବାକୁ ମିଳିଛି I ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ସ୍ଥାନୀୟ ବିଭାଗୀୟ କର୍ତ୍ତୃପକ୍ଷ ଚୁପ ବସିଥିବା ଦେଖା ଦେଇଛି I ଘଟଣା ଅନୁସାରେ ଗ୍ରେସିଙ୍ଗିଆ ଛକ ଠାରୁ ବନ୍ଧଛକ ପର୍ଯ୍ୟନ୍ତ ୩.୧୫୦କିମି ରାସ୍ତା ନିର୍ମାଣ ପାଇଁ ୩ କୋଟି୮୩ ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇ ଥିଲା I ଏହା ସହ କଳିଙ୍ଗ ମହାବିଦ୍ୟାଳୟ ଠାରୁ ବନ୍ଧ ଛକ ପର୍ଯ୍ୟନ୍ତ ୧୩୦୦ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଟାଏଲ ବସାଇବା ପାଇଁ ସରକାରୀ ବଜେଟ ମଧ୍ୟ ହୋଇଥିଲା I ବଜେଟ ମୁତାବକ ରାସ୍ତାର ଦୁଇ ପାର୍ଶ୍ଵରେ ଦୁଇ ଇଞ୍ଚ ଗାତ ଖୋଳି ବାଲି ପକାଇବା ସହ ଦୁଇ ମିଟର ଓସାରରେ ଫୂଟପାଟ ନିର୍ମାଣ ପାଇଁ ସରକାରୀ ନିର୍ଦ୍ଧେଶ ଥିଲା I ଏହି ରାସ୍ତା କାମ ୩ ବର୍ଷ ପୂର୍ବେ ଆରମ୍ଭ ହୋଇ ୩୧/୦୭/୨୦୨୧ରେ ଶେଷ ହେବାର ଥିଲା I କିନ୍ତୁ ଠିକାଦାର ଜଣକ ଅତି ନିମ୍ନ ମାନର କାମ କରୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା I ନିମ୍ନମାନର ରାସ୍ତା କାମକୁ ନେଇ ୱାର୍ଡ ନଂ୪ର ଜନସାଧାରଣ ପୂର୍ବରୁ ଆନ୍ଦୋଳନ ମଧ୍ୟ କରି ଥିଲେ I ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କୌଣସି ପଦକ୍ଷେପ ଗ୍ରହଣ କରାଯାଉନ ଥିବା ସ୍ଥାନୀୟ ବାସୀନ୍ଧା ଅଭିଯୋଗ କରିଛନ୍ତି I ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିରାବତା କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁ ଥିବା ଅଞ୍ଚଳରେ ମତପ୍ରକାଶ ପାଇଛି I ଏନେଇ ଆମେ ସ୍ଥାନୀୟ ଜେଇଙ୍କ ମତାମତ ନେଇ ଥିଲେ I ଠିକାଦାର ଜଣକ ନିମ୍ନମାନର କାମ କରୁଥିବାର ଜେଇ ସ୍ୱୀକାର କରିଛନ୍ତି I କାମ ସମ୍ପୂର୍ଣ୍ଣ ହେବ ଏବଂ ଯାଞ୍ଚ ପରେ ବିଲ କରାଯିବ ବୋଲି ବିଭାଗୀୟ ଜେଇ କହିଛନ୍ତି I ଅନ୍ୟ ପକ୍ଷରେ ଏହି କାମର ଉଚ୍ଚସ୍ତରୀୟ ଯାଞ୍ଚ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି I