ଆରପାରିରେ ଯୁବସାମ୍ବାଦିକ ଅରିନ୍ଦମ ଦାସ, ଖବର ପ୍ରସାରଣ କରିବାକୁ ଯାଇ ନିଜେ ବନି ଗଲେ ଖବର….

ଅନୁସନ୍ଧାନ ଭାରତ(ବ୍ୟୁର): ସମଗ୍ର ଓଡିଶା ବାସୀଙ୍କୁ ସ୍ଥବ୍ଧ କରି ଦେଇଛି ମୁଣ୍ଡୁଲି ବ୍ୟରେଜ ବୋଟ ଦୁର୍ଘଟଣା I ବ୍ୟାରେଜର ପ୍ରଖର ଶ୍ରତରେ ଫସି ରହି ଥିବା ହାତୀର ଖବର ପ୍ରଶାରଣ କରିବାକୁ ଯାଇ ଖବର ବନି ଗଲେ ଯୁବସାମ୍ବାଦିକ ଅରୀନ୍ଦମ ଦାସ I ଯାହାଙ୍କ ଶେଷ ଦର୍ଶନ କରିବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି I ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଥିବା ଅଘଟଣରେ ଓଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ସାମ୍ବାଦିକ ମହଲ ଏକ ପ୍ରକାର ସ୍ଥବଦ୍ଧ ହୋଇଯାଇଛି I

csp

ତାଙ୍କ ସହିତ ଯାଇଥିବା କ୍ୟାମେରାମ୍ୟାନ ପ୍ରଭାତ ସିଂହାଙ୍କ ସମେତ ୭ ଜଣଙ୍କ ଅବସ୍ଥା ମଧ୍ୟ୍ ଗୁରୁତର ହାତୀକୁ ଉଦ୍ଧାର କରିବାକୁ NDRF /ଓଡ୍ରଫ ଟିମ ସହ ୭ଜଣ ଏକ ବୋଟରେ ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ବୋଟ ଆଗକୁ ଚାଲି ଆସିବାରୁ ପାଣିର ପ୍ରଖର ସୁଅରେ ଡଙ୍ଗାଟି ବୁଡି ଯାଇଥିଲା I ସେଥିରେ ଥିବା ସମସ୍ତ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପାଣିରେ ଭାସି ଯାଇଥିଲେ I ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା I ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ୬ ଜଣକୁ ଉଦ୍ଧାର କରାଯାଇଛି। ତେବେ ଜଣେ ଓଡ୍ରାଫ ଟିମ କର୍ମଚାରୀଙ୍କର ପତ୍ତା ମିଳିପାରିନାହିଁ I ତେବେ ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍ ସଦସ୍ୟ ବୁଡି ଯାଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି I ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି I ହେଲେ ଯୁବସାମ୍ବାଦିକ ଅରିନ୍ଦମ ଦାସ ସେହି ମୃତ୍ୟୁ ଜଳରୁ ବଞ୍ଚିବା ପାଇଁ ବହୁ ଚେଷ୍ଟା କରିଥିଲେ I କିନ୍ତୁ ପାଣିର ପ୍ରଖର ସ୍ରୋତର ମୃତ୍ୟୁ ଜାଲରୁ ବର୍ତ୍ତିନ ଥିଲେ I ଶେଷରେ ଜୀବନର ଯୁଦ୍ଧରେ ହାରିଯାଇ ଥିଲେ ଯୁବସାମ୍ବାଦିକ ଅରିନ୍ଦମ ଦାସ I ବହୁ ବିଳମ୍ବରେ ଉଦ୍ଧାର କରାଯାଇ ଏସସିବି ମେଡ଼ିକାଲକୁ ଅଣାଯାଇଥିଲା I ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ I