ଦୁର୍ଗାପୂଜା ନିମନ୍ତେ ଘୁ.ଉଦୟଗିରି ଦୁର୍ଗାପୂଜା କମିଟି ପକ୍ଷରୁ ଶୁଭଖୁଣ୍ଟି ସ୍ଥାପନା…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ଠାରେ ଶାରଦୀୟ ଦୁର୍ଗାପୂଜା କମିଟି ତରଫରୁ ଆଗାମୀ ୨୫-୧୦-୩୦୨୧ ତାରିଖରେ ହେବାକୁ ଥିବା ମା ଦୁର୍ଗା ଦେବୀଙ୍କ ପୂଜାର୍ଚ୍ଚନା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି I

csp

ଏହି ଶୁଭଖୁଣ୍ଟି ସ୍ଥାପନା କାର୍ଯ୍ୟକ୍ରମ ହିନ୍ଦୁ ରୀତି ନୀତି ଅନୁଯାୟୀ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ଦ୍ୱାରା ପୂଜା ପାଠ କରି ଗଙ୍ଗା ଜଳ ଛିଞ୍ଚନ୍ନ କରି ଦୁର୍ଗାପୂଜା କମିଟି ସଦସ୍ୟ ଏବଂ ଅଞ୍ଚଳ ବାସୀଙ୍କ ଉପସ୍ଥିତିରେ ସ୍ଥାପନା କରାଯାଇଛି I ଆଗାମୀ ଶାରଦୀୟ ଦୁର୍ଗାପୂଜା କୋଭିଡ -୧୯ କଟକଣା ମଧ୍ୟରେ ପାଳିତ ହେବ ବୋଲି ଦୁର୍ଗା ପୂଜା କମିଟି ସମ୍ପାଦକ ଅରୁଣ କୁମାର ଷଡ଼ଙ୍ଗୀ ସୂଚନା ଦେଇଅଛନ୍ତି I