ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଦଦରଲୁଣ୍ଡା ପଞ୍ଚାୟତର ଖାରିଗୁଡା ଗ୍ରାମ ନିକଟରେ ଆଜି ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ଉଦୟ ଗୌଡଙ୍କ ପୁଅ ବସନ୍ତ ଗୌଡ(୩୮) । ବସନ୍ତ ଅପରାହ୍ନ ସମୟରେ ଗାଇ ଗୋଠ ଧରି ଚରାଇବାକୁ ନେଇଥିବା ବେଳେ ବଜ୍ରପାତ ଘଟିଥିଲା । ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ଜଣାପଡିଛି । ଆଜି ପୂର୍ବାହ୍ନରେ ଟାଣ ଖରା ହୋଇଥିବା ବେଳେ ଅପରାହ୍ନରେ ପାଗରେ ପରିବର୍ତ୍ତନ ହୋଇ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ନଛାଡିବାରୁ ଯାତାୟତରେ ବହୁ ସମସ୍ୟ ଦେଖା ଦେଇଥିଲା । ଗତ କିଛି ଦିନ ହେଲା ବର୍ଷା ନଥିବା ବେଳେ ଗରମର ମାତ୍ରା ବଢିବାକୁ ଲାଗିଥିବା ବେଳେ ବର୍ଷା ହେବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି ।