ସିସିଡି ତରଫରୁ ରାୟଗଡ ବ୍ଲକର ୨୯ ଜଣ ଅସହାୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହଯୋଗ ଭାବରେ ₹10,000 ଅର୍ଥିକ ସାହାଯ୍ୟ ବଣ୍ଟନ…
ରାୟଗଡ(ଟିକି ଲିମା): ଶିକ୍ଷା ମାଧ୍ୟମରେ ଗ୍ରାମ ଓ ଜୀବନର ପରିବର୍ତ୍ତନ ଘଟାଇବା ଲକ୍ଷ୍ୟରେ, ସେଣ୍ଟର ଫର୍ କମ୍ୟୁନିଟି ଡିଭେଲପମେଣ୍ଟ (ସିସିଡି) ତରଫରୁ ରାୟଗଡ ବ୍ଲକର ୭ଟି ଗ୍ରାମର ୨୯ ଜଣ ଏକକ ମାତୃ-ପିତୃ ହୀନ, ପାଠ ଛାଡ଼ିଥିବା ଓ ଅତ୍ୟନ୍ତ ଆବଶ୍ୟକତାମୂଳକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉଦ୍ଦେଶ୍ୟରେ ପ୍ରତ୍ୟେକଙ୍କୁ ₹10,000 କରି ଅର୍ଥିକ ସାହାଯ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ରାୟଗଡା ବ୍ଲକ କଂଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ସନ୍ତଶ ବାରିକ ଗୋଷ୍ଟି ଉନ୍ନୟନ ଅଧିକାର, ରାୟଗଡ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ନିଜ ଛାତ୍ରଜୀବନର ଅଭିଜ୍ଞତା ସହ ଜୀବନରେ ଘଟିଥିବା ଘଟଣା ବିଷୟରେ କହିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଲେ ଓ ସଂଘର୍ଷ କରି ସଫଳତା ଲାଭ କରିବାକୁ ଉତ୍ସାହିତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରେରଣା ଦେଇ ଥିଲେ । ସିସିଡିର ନିର୍ଦ୍ଦେଶକ ଏ. ଜଗନ୍ନାଥ ରାଜୁ ଏହି ଉଦ୍ୟମକୁ ଏଫ୍ ଏଫ୍ ଭିଡ଼ିପି (ପରିବାରକୁ କେନ୍ଦ୍ର କରି ଗ୍ରାମର ଉନ୍ନୟନ କାର୍ଯ୍ୟକ୍ରମ)ର ଏକ ଅଂଶ ବୋଲି କହି ଶିକ୍ଷା ଓ ଗ୍ରାମ ଉନ୍ନତି ପ୍ରତି ସିସିଡିର ସମର୍ପଣକୁ ଉଲ୍ଲେଖ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ୨୯ ଜଣ ଛାତ୍ରଛାତ୍ରୀ ପ୍ରତ୍ୟକଙ୍କୁ ₹10,000 କରି, ମୋଟ ₹2,90,000 ଅର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫିସ, ପଢ଼ା ସାମଗ୍ରୀ, ଓ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିପାରିବେ । ଏହି କାର୍ଯ୍ୟକ୍ରମ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଏ.ଜଗନ୍ନାଥ ରାଜୁ ଓ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ବି.ମାନସା, ନିରଞ୍ଜନ ପାଣିଗ୍ରାହୀ ସହଯୋଗ କରିଥିବାବେଳେ ସମ୍ପୃକ୍ତ ୭ ଗ୍ରାମର କମ୍ୟୁନିଟି ଏଜୁକେଟରମାନେ ମଧ୍ୟ ଉପସ୍ଥିତ ଥିଲେ ।