ଚକାପାଦ(ବାଳକୃଷ୍ଣ କହଁର): ଚକାପାଦ ବ୍ଲକ ବିରୁପାକ୍ଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତିନି ଜଣ ସହକାରୀ ଶିକ୍ଷକ ଚାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହୃଷିକେଶ ପ୍ରଧାନ, ତୋଟାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବଘନ ସାହୁ, ସଦାପଦର ପ୍ରାଥମିକ ବିଦ୍ୟାଳୟର ଅନାଦି ଚରଣ ଦଳଙ୍କୁ ବିଦାୟ ଦିଆଯାଇଛି l ଏହି କାର୍ଯ୍ୟକ୍ରମକୁ ସଭାପତି ଶାନ୍ତୁନୁ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜଗଦୀଶ ପ୍ରସାଦ ନାୟକ, ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ଦିଗାଲ, ସମ୍ପାଦକ ବିକ୍ରମ ଦିଗାଲ ଯୋଗଦେଇ ଥିଲେ l ଚକାପାଦ ବ୍ଲକର ୭ ଜଣ ସିଆରସିସି ଓ ୬୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ l ଶେଷରେ ସମସ୍ତଙ୍କୁ ଶିକ୍ଷକ ସୁନନ୍ଦ ଦିଗାଲ ଧନ୍ୟବାଦ ଦେଇଥିଲେ l