ପ୍ଲଟ ବିକ୍ରି ବାହାନାରେ 5 କୋଟି ଠକେଇ ଅଭିଯୋଗ, ଜଣେ ଗିରଫ……

ଗଞ୍ଜାମ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଲାଞ୍ଜିପଲ୍ଲିର  ଏ.ସନ୍ତୋଷ କୁମାର ପାତ୍ରଙ୍କ ଗୋଷାଣୀ ନୂଆଁ ଗାଁ ଥାନାରେ ଲିଖିତ ରିପୋର୍ଟ ପ୍ରକାରେ ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସ, ଗୋଷାଣୀ ନୂଆଁ ଗାଁରେ ଜଣେ ଆକାଉଣ୍ଟାଣ୍ଟ ଏବଂ ମାର୍କେଟିଂ ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ଏକ ପ୍ଲଟ୍ ଆବଣ୍ଟନ ଯୋଜନା ଅଗଷ୍ଟ ୨୦୧୯ରେ ଆରମ୍ଭ ହୋଇଥିଲା ଏବଂ ସେପ୍ଟେମ୍ବର ୨୦୨୧ରେ ପ୍ଲଟ ପ୍ରଦାନ କରିବାକୁ ସ୍ଥିର ହୋଇଥିଲା l ଯେତେବେଳେ ପ୍ଲଟ ପ୍ରଦାନ ପାଇଁ ସମୟ ଆସିଲା ସାଧ୍ୱୀ କନଷ୍ଟ୍ରକ୍ସନ ଆଣ୍ଡ ଲଜିଷ୍ଟିକ୍ସର ମାଲିକ ଚେତନ ଚୌଧୁରୀ ଗ୍ରାହକମାନଙ୍କ ଦ୍ୱାରା କୌଣସି ଟଙ୍କା ଗ୍ରହଣ କରାଯାଇନାହିଁ ବୋଲି ଅସ୍ୱୀକାର କରିଥିଲେ । ଗ୍ରାହକମାନଙ୍କୁ ପ୍ଲଟ ଦେବା ତ ଦୂରର କଥା ଏଜେଣ୍ଟ ଭାବରେ ତାଙ୍କୁ ହଇରାଣ କରାଯିବା ସହ ଚେତନ କୁମାର ଚୌଧୁରୀ ତାଙ୍କୁ ଧମକ ଦେଉଥିଲେ ବୋଲି ଥାନାରେ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି ସନ୍ତୋଷ l ପରବର୍ତ୍ତୀ ସମୟରେ ଗ୍ରାହକମାନେ ଟଙ୍କା ରସିଦ ଦେଖାଇ ଚେତନଙ୍କୁ ପ୍ଲଟ ମାଗିବାରୁ ରସିଦ ଗୁଡ଼ିକ ନକଲି  ଏବଂ ପ୍ଲଟ କିଛି ନାହିଁ ବୋଲି ମନା କରି ଦେଇଥିଲେ l ପୁଲିସ ତଦନ୍ତ ସମୟରେ ଜଣାପଡିଛି ଯେ ଚେତନ ଚୌଧୁରୀ ପ୍ଲଟ ଦେବା ବାହାନାରେ ୨୦୦  ଗ୍ରାହକଙ୍କ ଠାରୁ ୫ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି । ଚେତନ କୁମାର ଚୌଧୁରୀଙ୍କ ବିରୁଦ୍ଧରେ ଗୋସାଣୀ ନୂଆଁ ଗାଁ ଥାନାରେ PS case no 226 date 12.07.2025 U/S 318(4)/351(2) BNSଏବଂ ବଡ଼ ବଜାର ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇ ଗିରଫ କରାଯିବା ସହ ପ୍ଲୋଟିଂର ଲେ ଆଉଟ୍, ଟଙ୍କା ନେବାର ରସିଦ, ଦୌନିକ ଟଙ୍କା ଆଦାୟର ରସିଦ ଜବତ ହୋଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍ l