କୁନ୍ଦୁରା ଗସ୍ତରେ ଆସି ସାମ୍ବାଦିକ ସଙ୍ଘକୁ ଭେଟିଲେ ବିଧାୟକ…

କୁନ୍ଦୁରା(ନିରଞ୍ଜନ ପାଣି): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ପରିଦର୍ଶନରେ ଆସିଥିବା ବେଳେ ଅନୁରୋଧ ରଖି କୁନ୍ଦୁରା କୁନ୍ଦୁରା ବ୍ଲକ ସାମ୍ବାଦିକ ସଙ୍ଘକୁ ଭେଟିଲେ କୋଟପାଡ଼ ବିଧାୟକ ରୂପୁ ଭତ୍ରା । ସଙ୍ଘର ସଭାପତି ସନ୍ତୋଷ ପ୍ରହରାଜ, ସମ୍ପାଦକ ହରିଶ ବେହେରା, ସହ ସମ୍ପାଦକ ସୁରେନ୍ଦ୍ର ସଗରିଆ, ପରାମର୍ଶଦାତା ଅକ୍ଷୟ କୁମାର ପଟ୍ଟନାୟକ, ଆଇନ ପରାମର୍ଶଦାତା କାହ୍ନୁ ଚରଣ ନାୟକ, ସଙ୍ଘ ସଦସ୍ୟ ବୀର କିଶୋର ଶର୍ମା, ବାବୁଲା ହରିଜନ ପ୍ରମୁଖ ଫୁଲ ତୋଡ଼ା ଏବଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଗତ ଦୁଇ ବର୍ଷ ଧରି କୁନ୍ଦୁରା ବ୍ଲକରେ ସାମ୍ବାଦିକ ସଙ୍ଘ ଗଠନ ହୋଇଥିବା ବେଳେ 2024 ରେ ଏହାର ପ୍ରଥମ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ସାମ୍ବାଦିକ ଭବନ ନିର୍ମାଣ ନିମନ୍ତେ ଗତ କିଛି ଦିନ ଧରି ଏମପି ବଳଭଦ୍ର ମାଝୀ ଏବଂ ବିଧାୟକ ରୂପୁ ଭତ୍ରାଙ୍କୁ ଗୁରୁବାର ଭେଟି ପାଣ୍ଠି ମଞ୍ଜୁର ନିମନ୍ତେ ଅନୁରୋଧ କରିଥିଲେ । କୁନ୍ଦୁରା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ବିନୋଦ ଚନ୍ଦ୍ର ନାୟକଙ୍କୁ ସଂଘର ଭବନ ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ କରିବା ପାଇଁ ବିଧାୟକ କହିଥିଲେ । ଏହାକୁ ନେଇ ତହସିଲଦାର ସଙ୍ଘର ଦରଖାସ୍ତ ପ୍ରକାରେ ବର୍ତ୍ତମାନ ସୁଦ୍ଧା ରାଜସ୍ବ ନିରୀକ୍ଷକ, ଅମିନ ଏବଂ ସୁପରଭାଇଜରଙ୍କୁ ପଠାଇ ଜାଗା ଚିହ୍ନଟ କରିବା ସରିଛି କିଛି ଦିନ ପରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ବିଧାୟକଙ୍କୁ କହିଛନ୍ତି । ଆସନ୍ତା ସେପ୍ଟେମ୍ବର ମାସରେ ନୂତନ ଭାବେ ସରକାରୀ ଅନୁଦାନ ଆସିଲେ ନିଶ୍ଚିତ ଭାବେ ଏକ ଭବନ ନିର୍ମାଣ ନିମନ୍ତେ ଅନୁଦାନ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଧାୟକ । ଅଞ୍ଚଳର ବିଭିନ୍ନ ସମସ୍ୟା ପ୍ରତି ନଜର ରଖି ମୋତେ ଖବର କରନ୍ତୁ ଅତି ଶୀଘ୍ର ସମସ୍ୟାର ସମାଧାନ କରାଯିବା ସହିତ ଅଞ୍ଚଳର ବିକାଶ କରିବାରେ ସମ୍ଭବ ହୋଇପାରିବ ବୋଲି କହିଛନ୍ତି ବିଧାୟକ ।