ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ୧୧ ତାରିଖ ଦିନ “ସମ୍ବିଧାନ ବଞ୍ଚାଅ” ମହା ସମାବେଶରେ ଜନନାୟକ ଆଦରଣୀୟ ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳଙ୍କ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ପରିଚାଳନା କରିବା ପାଇଁ ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ମାନ୍ୟବର ଗୁଣୁପୁର ବିଧାୟକ୍ ସତ୍ୟଜିତ ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରସ୍ତୁତି ବୈଠକ ପରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ଗମାଙ୍ଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କହିଥିଲେ କି ରାହୁଲ ଗାନ୍ଧୀ ଓଡିଶା ଆସୁଥିବା ଖବର କଂଗ୍ରେସ ମହଲରେ ଉତ୍ସାହ ଦେଖାଦେଇଛି । ରାଜ୍ୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ଅଧିକ କ୍ରିୟାଶୀଳ ହେବ ଏବଂ ଓଡିଶାର ଜନସାଧାରଣଙ୍କ ନିକଟତର ହେବା ସହ ସହ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରଙ୍କ ୧୧-୧ ବର୍ଷର ବିଫଳତା ଓ ପ୍ରତାରଣା ଓଡିଶା ବାସୀଙ୍କ ସମ୍ମୁଖରେ ରଖିବ । ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସଙ୍କ ହାତମୁଠାକୁ ଟାଣ କରିବା ସହିତ ଦଳକୁ ସୁଦୃଢ କରିବା ପାଇଁ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗ କାର୍ଯ୍ୟ କରିବ ବୋଲି ଶ୍ରୀଯୁକ୍ତ ଗମାଙ୍ଗୋ ପ୍ରକାଶ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଛାତ୍ରନେତା ବିଭୂତି ଭୂଷଣ ମହାପାତ୍ର, ଉପାଧ୍ୟକ୍ଷ ସନ୍ତୋଷ କୁମାର ପ୍ରଧାନ ଆଗାମୀ ଦିନରେ କିପରି ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ବିଭାଗକୁ ସୁଦୃଢ଼ କରିବା ସହ ରାହୁଲ୍ ଗାନ୍ଧୀଙ୍କ ଆଗାମୀ ମହାରାଲିର କାର୍ଯ୍ୟକ୍ରମ ବିଷୟରେ ପତ୍ରକାର ବନ୍ଧୁମାନଙ୍କୁ ଅବଗତ କରାଇ ଥିଲେ । ଆଜିର ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଧାରଣ ସମ୍ପାଦକ ମାହୀପର ନିଖତ, ପୂର୍ବତନ ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ, ରିଷି କପୁର ସାହୁ, ରତିକାନ୍ତ ଦାସ, ସୁଧୀର ରାଉଳ, ସାଶ୍ୱତ କେଶର ବଳୀୟାରସିଂହ, ବିଭୂତି ଭୂଷଣ ଦଳସିଂହାର, ସରୋଜ ବେହେରା, ସନ୍ତୋଷ କୁମାର ପଣ୍ଡା, କୁନୁ ମିଶ୍ର, ଇମରାନ ଅଲ୍ଲୀ ଖାଁ, ସତ୍ୟ ରଞ୍ଜନ ବିଷ୍ଟି ଓ ୩୦ରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।