ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ଠାରୁ ଆଲାଞ୍ଜୁରି ଦେଇ ଗଜପତି ଜିଲ୍ଲାର ବାଲିଗଣ୍ଡାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କର ଡାଙ୍ଗେସି ଗ୍ରାମରେ ପ୍ରାୟ ୫୦ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ସେହି ରାସ୍ତା ଦେଇ ଯାତାୟାତ କରିବା ସମ୍ପୂର୍ଣ ବାଧା ସୃଷ୍ଟି କରୁଛି l ଅଙ୍ଗୱାଡ଼ି ତଥା ସ୍କୁଲ କଲେଜକୁ ଯିବା ଆସିବା କରୁଥିବା ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେହି ରାସ୍ତା ଦେଇ ଯିବା ବେଳେ ଅନେକ ପିଲା ଖସି ପଡୁ ଥିବା ନଜିର ରହିଛି । ଅନେକ ବାଇକ୍ ଆରୋହୀମାନେ ମଧ୍ୟ ଦୁର୍ଘଟଣାର ଶିକାର ହେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା ଦେଇ ଗଜପତି ଓ ରାୟଗଡ଼ା ଜିଲ୍ଲାର ଲୋକେ ଯାତାୟାତ କରୁଥିବା ବେଳେ ରାସ୍ତାର ଏହି ଦୂରାବସ୍ଥା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ଅନ୍ତତଃ କଂକ୍ରିଟ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।