ମୋହନା(ମିହିର ପ୍ରସାଦ ମାଳୀ): ଦାଦନ ଖଟିବାକୁ ଯାଇ କେରଳ ଏର୍ଣ୍ଣକୁଲମ୍ ଜିଲ୍ଲା ଆଲୁଆ ରେଳ ଷ୍ଟେସନ ନିକଟରେ ରେଳ ଧାରଣାରୁ ଜଣେ ଓଡ଼ିଆ ଶ୍ରମିକର ମୃତ ଦେହ ଉଦ୍ଧାର କରିଛି ପୁଲିସ l ଗଜପତି ଜିଲ୍ଲା ଅଡବା ଥାନା ଗରଡମା ଗାଁର ମହେନ୍ଦ୍ର ବଳିଆରସିଂ ଗତ 6 ଦିନ ପୂର୍ବରୁ କେରଳ ଏର୍ନାକୁଲମକୁ କାମ କରିବାକୁ ଯାଇଥିଲା l ସେଠାକୁ ଯିବା ପରେ ସେ ଦୁଇ ଦିନ ହେଲା ନିଖୋଜ ଥିଲେ l ଗତକାଲି ଆଲୁଆ ରେଳ ଷ୍ଟେସନ୍ ନିକଟସ୍ଥ ରେଳ ଧାରଣାରୁ ମହେନ୍ଦ୍ରଙ୍କ ମୃତ ଦେହ ପୁଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଥିଲେ l ରେଳ ବିଭାଗ ପୁଲିସ ଏନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ କରିଥିବା ବେଳେ ମୃତ ଦେହକୁ ଗାଁକୁ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ସମ୍ବଳ ନାହିଁ l ସରକାର ମୃତ ଦେହକୁ ଗାଁକୁ ଆଣିବା ନିମନ୍ତେ ସାହାର୍ଯ୍ୟ କରିବାକୁ ବ୍ଳକ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ପାରିବାର ଲୋକେ l