ପିତଳ ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ..

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଗ୍ରାମରେ  ସଂଘବଦ୍ଧ ଆକ୍ରମଣରେ 2 ଗୁରୁତର ଆହତ ।ପିତଳ ସରପଞ୍ଚ ରାମ ରାଘବ ପାତ୍ର ଓ ବିଜେପି ମଣ୍ଡଳ ସଭାପତି ବିଜୟ ପ୍ରଧାନଙ୍କୁ ଆକ୍ରମଣ ହୋଇଥିବା ବେଳେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଉଭୟ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । 2ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ପୂର୍ବରୁ ପିତଳ ଗ୍ରାମ ଅନେକ ଥର ରାଜନୈତିକ ବିବାଦ ପାଇଁ ସରପଞ୍ଚଙ୍କୁ ଆକ୍ରମଣ ହୋଇଛି ।  ଆଜି ସାନ୍ଧ୍ୟ ସମୟ ପିତଳ ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ ସରପଞ୍ଚ ଓ ବିଜେପି ମଣ୍ଡଳ ସଭାପତି ଛିଡା ହୋଇଥିବା ବେଳେ କିଛି ଯୁବକ ବାଇକରେ ଆସି ଆକ୍ରମଣ କରିଥିବା ଗ୍ରାମବାସୀ କହିଛନ୍ତି । ପୂର୍ବରୁ ମଧ୍ଯ ବହୁ ସମୟରେ ରାଜନୈତିକ ବିବାଦ ମଧ୍ଯ ଲାଗି ରହିଥିଲା ।