ଟିକାବାଲି(ସାନୁଜ ବେହେରା): ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମ ପଞ୍ଚାୟତର ସଭାଗୃହରେ ଛ ଦିବସିୟ ମହମବତୀ ଓ ଫିନାଏଲ ତିଆରି ତାଲିମ ଶିବିର ଉଦଯାପିତ ହୋଇଯାଇଛି l ଏହି ଛ ଦିନିଆଁ ତାଲିମ ଶିବିର ସ୍ଥାନୀୟ ବିଭିନ୍ନ ଏସଏଚଜି ମହିଳା ଗ୍ରୁପର 35 ଜଣ ମାଆମାନଙ୍କୁ ନେଇଁ ଫୁଲବାଣୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରର ନିର୍ଦେଶକ ମାନସ ରଞ୍ଜନ ମହାଳିଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ହୋଇ ଥିଲା l
ଉକ୍ତ ତାଲିମ ଶିବିରରେ ପ୍ରଶିକ୍ଷକ ପନୁୟେଲ ଦିଗାଳ ଓ ସଂଯୋଜକ ବବି ପ୍ରଧାନ 6 ଦିନ ଧରି 35 ଜଣ ଗ୍ରୁପର ମାଁମାନଙ୍କୁ ମହମବତୀ ଏବଂ ଫିନାଏଲର ନିର୍ମାଣ ଶୈଳୀ ପ୍ରଶିକ୍ଷଣ ଦେବା ସଙ୍ଗେ ସଙ୍ଗେ ଏହାଦ୍ଵାରା ମାଆ ମାନେ ଆତ୍ମନିର୍ଭର ହୋଇ ଘରେ ଥାଇ କିଭଳି ରୋଜଗାର କରି ନିଜର ଆବଶ୍ୟକତା ପୂରଣ କରିବା ସହିତ ପରିବାର ପ୍ରତିପୋଷଣରେ ମଧ୍ୟ ଭୂମିକା ନେଇଁ ପାରିବେ ସେହି ବିଷୟରେ ଭଲ ଭାବରେ ଲିଖିତ ଏବଂ ମୌଖିକ ଭାବରେ ପ୍ରଶିକ୍ଷଣ ଦେଇ ଥିଲେ l ଏହା ପରେ ଆଜି ଉଦଯାପନୀ ଦିବସରେ ସମସ୍ତ ମାଆ ମାନଙ୍କୁ ସ୍ଥାନୀୟ ସରପଞ୍ଚ କର୍ନେଲ କହଁରଙ୍କ ଉପସ୍ଥିତିରେ ମାନପତ୍ର ପ୍ରଦାନ ଯାଇଥିଲା l ଏହି ଅବସରରେ ସରପଞ୍ଚ ଶ୍ରୀଯୁକ୍ତ କହଁର ରୋଜଗାର କରିବା ପାଇଁ ନୂଆଁ ରାହା ଦେଇଥିବାରୁ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରର ପ୍ରମ୍ମୁଖ ଭୂମିକା ଗ୍ରହଣ କରୁଥିବା କହିଛନ୍ତି l ତେଣୁ ଏହି ସଂସ୍ଥାକୁ ଧନ୍ୟବାଦ ଦେବା ସହିତ ସମସ୍ତେ ପ୍ରଶିକ୍ଷଣ ଗ୍ରହଣ କରିଥିବା ମାଆ ମାନଙ୍କୁ ଏହାକୁ କାର୍ଯ୍ୟରେ ଲଗାଇ ରୋଜଗାର କରି ଆତ୍ମନିଯୁକ୍ତି ହେବା ହେବା ପାଇଁ ପରାମର୍ଶ ଦେଇଥିଲେ l