କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାନ୍ତିରେ ଓଲଟିଲା ହିଟାଚୀ ବୋଝେଇ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ସମେତ ୩ ଯାତ୍ରୀ….

ଦାରିଙ୍ଗବାଡ଼ି( ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ସଡ଼କ ଦୁର୍ଘଟଣା l କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାନ୍ତିରେ ଭାରସାମ୍ୟ ହରାଇ ଓଲଟିଲା ହିଟାଚୀ ବୋଝେଇ ଗାଡ଼ି । ଅଳ୍ପକେ ବର୍ତ୍ତିଗଲେ ଗାଡ଼ି ଚାଳକ ଓ ତିନି ଯାତ୍ରୀ । ସୂଚନା ଅନୁଯାୟୀ ତାରାତାରିଣୀ କନଷ୍ଟ୍ରକସନର ଏକ ମାଲବାହୀ ଗାଡି ନଂ (ଓଡ଼ି ଠ୭ଏଫ ୭୧୫୧ )ରେ ହିଟାଚୀ ମେସିନ ବୋଝେଇ ହୋଇ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟ ମହାସିଙ୍ଗି ଅଭିମୁଖେ ଯାଉଥିବା ବେଳେ କଡ଼ମ୍ବା ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଉକ୍ତ ଗାଡ଼ିର ଡ଼୍ରାଇଭର ସମେତ ୩ ଜଣ ଯାତ୍ରୀ । ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ଉକ୍ତଗାଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି ।