ଦାରିଙ୍ଗବାଡିରେ ବିକାଶ ବାହନ ରଥ ର ଶୁଭାରମ୍ଭ, ୨୫ ପଞ୍ଚାୟତରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ପ୍ରୟାସ..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଅଞ୍ଚଳରେ ବିକାଶ ବାହନ ରଥର ଶୁଭାରମ୍ଭ ହୋଇଛି । ଏହାକୁ ବିଡ଼ିଓ ପ୍ରୀତିରଞ୍ଜନ ରଥ ଓ ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ ପତାକା ଦେଖାଇ ବ୍ଲକ ପରିସରରୁ ଗଡିବା ପାଇଁ ଶୁଭାରମ୍ଭ  କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଧୀରୋଜ ପାତ୍ର, ସିଡିପିଓ ସାରାଣୀ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ବିକାଶ ବାହନ ଉକ୍ତ ବ୍ଲକ ଗୁମିକିଆ ଏବଂ ବୁଡ଼ାଗୁଡା ପଞ୍ଚାୟତକୁ ଯାଇ ସେଠାରେ କନ୍ଧମାଳ ଜିଲା କେନ୍ଦ୍ର ସରକାରଙ୍କ ୧୧ ଓ ରାଜ୍ୟର ୧ ବର୍ଷର ସଫଳ କାର୍ଯ୍ୟ ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ । ଏଥି ସହ ଯେଉଁସବୁ ପଞ୍ଚାୟତ ଅଞ୍ଚଳରେ ଏହି ବାହନ ପହଞ୍ଚିବ ସେହି ଅଞ୍ଚଳରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଜମି ପଟ୍ଟା ବଣ୍ଟନ ସହ ରାସନ କାର୍ଡ ବଣ୍ଟନ ଓ ବିଭିନ୍ନ ଉପଭୋକ୍ତାଙ୍କ ମୌଳିକ ଅଧିକାର ଗୁଡିକ ଉପଲବ୍ଧ କରାଇବେ । ସେହି ପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରେଇବେ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ।