କୋଟଗଡ(ଦିପେନ୍ଦ୍ର ନାୟକ): କୋଟଗଡ ପଂଚାୟତ ସମିତିରେ ବିକାଶ ବାହନ ରଥ ଶୁଭାରମ୍ଭ କରିଛନ୍ତି ବିଡ଼ିଓ ଶୁଭକାନ୍ତ ନାୟକ । ଗୁରୁବାର ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ଏଗାର ବର୍ଷ ପୂର୍ତ୍ତିର ସଫଳତାର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିକାଶ ବାହନ କୁ ଶୁଭ ଉଦଘାଟନ କରିଛନ୍ତି । ଏହି ବିକାଶ ବାହନ ରଥକୁ ପଞ୍ଚାୟତ ସମିତି ପରିସରରେ ବଡ ଆଡମ୍ବର ସହକାରେ ଶୁଭାରମ୍ଭ କରାଯାଇଛି । ଏହାର ଉଦେଶ୍ୟ ହେଲା କିପରି ଗ୍ରାମାଞ୍ଚଳର ଲୋକମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତମୂଳକ ଯୋଜନା ଉପରେ ଜାଣିବା ସହିତ ସଚେତନ ହୋଇପାରିବେ ସେଥିପାଇଁ ସରକାରଙ୍କ ଏହା ଏକ ବଡ଼ ପ୍ରୟାସ l ଏହି ଅବସରରେ ବିଡ଼ିଓଙ୍କ ସହ ବ୍ଲକ ଅଧ୍ୟକ୍ଷା ପିଙ୍କି କହ୍ନର, ଜିଲ୍ଲା ପରିଷଦ ଜି୍ରିମିୟ ସୁନାମାଝୀ, ସିଡିପିଓ ପି ହରଲଷ୍ମୀ, ସାଂସଦ ପ୍ରତିନିଧି ନାରାୟଣ ପାତ୍ର, ବିଧାୟକ ପ୍ରତିନିଧି ମନୋଜ ସାବତ, ଭାଜପା ମଣ୍ଡଳ ସଭାପତି ଗୋପାଳ ବେହେରା, ପୂର୍ବତନ ମଣ୍ଡଳ ସଭାପତି ପ୍ରକାଶ ସୁବୁଦ୍ଧି, ଭାଜପା ସାଧାରଣ ସମ୍ପାଦକ ପ୍ରତାପ କୁମାର ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ ସିଂଙ୍କ ସହ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଏମବିକେ, ସିଆରପି ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ବହୁ ଭାଜପା କର୍ମୀ ସହ ଅଞ୍ଚଳ ବାସୀ ଉପସ୍ଥିତ ରହିଥିଲେ । ଏହି ବିକାଶ ବାହନ ପଞ୍ଚାୟତ ସମିତିର ପନ୍ଦର ଗୋଟି ପଞ୍ଚାୟତ ପରିକ୍ରମା କରିବାର ରହିଛି । ବିକାଶ ବାହନ ରଥ ୧୨ ତାରିଖରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବୁଲିବା ନେଇ ବ୍ଲକ ତରଫରୁ ସୂଚନା ମିଳିଛି ।