କୁଇସମାଜ ସେବାସମିତି ଉପଶାଖା ପକ୍ଷରୁ ପସରା ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମରେ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଚକାପାଦ  ବ୍ଲକ ପସରା ପଞ୍ଚାୟତ ରିଙ୍ଗିବାଡ଼ି ଗ୍ରାମରେ ଏକ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ସଭାପତି  ବିଶ୍ଵାମିତ୍ର ମଲ୍ଲିକଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଅଛି  l ଏହି କାର୍ଯ୍ୟକ୍ରମରେ ସଭାପତି ବିଶ୍ୱାମିତ୍ର  ମଲ୍ଲିକ, ଉପସଭାପତି  ଲୋକନାଥ ପ୍ରଧାନ, ସମ୍ପାଦକ  ଗଦାଧର ପ୍ରଧାନ ଉପସ୍ଥିତ ରହିଥିଲେ l ଏଥିରେ ବାରକୋଷ ଶାଖା କୁଇସମାଜ ସେବାସମିତି ଉପଶାଖା  7 ଗୋଟି ଗ୍ରୁପକୁ ନେଇ ସମାଜର ସମସ୍ତ ଆଦିବାସୀ ବାପା, ମା, ଭାଇ, ଭଉଣୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ସଚେତନତା, ଆଲୋଚନା, ଆଦିବାସୀମାନଙ୍କର ଉନ୍ନତି, ଶିକ୍ଷାର ବିକାଶ କ୍ଷେତ୍ରରେ ସମାଜକୁ ସୁଦୃଢ କରିବା, ବାଲ୍ୟ ବିବାହ ରୋକିବା, ପାରିବାରିକ  ହିଂସା, ମହିଳାମାନଙ୍କ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା l ଏଥି ସହ ସମାଜର ବାର୍ଷିକ ଆୟ ବ୍ୟୟ ହିସାବ କରାଯାଇଥିଲା l ଶେଷରେ ଉପସଭାପତି ଲୋକନାଥ ପ୍ରଧାନ ପରିଚାଳନା କରିବା ସହ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l