ଘୁ.ଉଦୟଗିରି ବ୍ଲକ କାର୍ଯ୍ୟାଳୟରେ “ବିକାଶ ବାହନ” ରଥର ଶୁଭାରମ୍ଭ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପରିସରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ଶାସନ କାଳରେ ବହୁ ବିବିଧ ଲୋକାଭିମୁଖୀ ଯୋଜନା ଗୁଡ଼ିକୁ ଜନସାଧାରଣଙ୍କ ମଧ୍ୟରେ ଏହାର ସନ୍ଦେଶ ଓ କାର୍ଯ୍ୟକାରିତା ଉପଲବ୍ଧ କରେଇବା ପାଇଁ ସ୍ଥାନୀୟ ବ୍ଲକର ସମସ୍ତ ଅଞ୍ଚଳକୁ ଭ୍ରମଣ ନିମନ୍ତେ ପ୍ରସ୍ତୁତ “ବିକାଶ ବାହନ” ର ଶୁଭାରମ୍ଭ ବିଡିଓ ଶରତ କୁମାର ମଲ୍ଲିକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ ଏବଂ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ସବୁଜ ପତାକା ଦେଖାଇ “ବିକାଶ ବାହନ”ର ଶୁଭାରମ୍ଭ କରିଥିଲେ । ରାଜ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ଏକ ବର୍ଷ ଶାସନ କାର୍ଯ୍ୟକାଳ ମଧ୍ୟରେ ଲୋକଙ୍କର ସେବା କରିଥିବା ଯୋଜନା ବିଷୟରେ ଘୋଷଣା କରିଥିବା ବେଳେ ଏହା ଯେପରି ସମସ୍ତ ଲୋକଙ୍କ ନିକଟକୁ ବାର୍ତ୍ତା ପହଞ୍ଚି ପାରିବ ସେଥିପାଇଁ “ବିକାଶ ବାହନ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ବିଡିଓ ଶରତ କୁମାର ମଲ୍ଲିକ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ସମେତ ପିଇଓ ସୁଧୀର କୁମାର ନାୟକ, ଏଇଈ ଅସିତ୍ କୁମାର ସେଠୀ, ସିଡ଼ିପିଓ କଳ୍ପନା ଶତପଥୀ, ଏପିଓ ଗାୟତ୍ରୀ ସାହୁ, ବିଆରସି ମାନୁଏଲ୍ ନାୟକ, ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ରଥ, ଯନ୍ତ୍ରୀ ନରେଶ ଚନ୍ଦ୍ର ପ୍ରଧାନ, ନୋଡାଲ ଅଫିସର, କତିଙ୍ଗିଆ ସରପଞ୍ଚ ବିଭୂତି ପ୍ରଧାନ, ରାଇକଲା ସରପଞ୍ଚ ସଂଗୀତା ପ୍ରଧାନ, ମାଲିକାପଡ଼ି ସରପଞ୍ଚ ଝରଣା ପ୍ରଧାନ, ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ କୁମୁଦିନୀ ଦିଗାଲ, ଯୋଗାଣ ବିଭାଗ ଅଧିକାରୀଙ୍କ ସମେତ ସମସ୍ତ ସିଆର୍ପି, ଏମ୍ବିକେ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି “ବିକାଶ ବାହନ”ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ବିକାଶ ବାହନ ରଥ ତଲାରିମାହା ପଞ୍ଚାୟତ ଯାଇଥିଲା ଓ ସେଠାରେ ସରକାରଙ୍କ ଏକ ବର୍ଷ ଶାସନ ପୂର୍ତ୍ତି ଅବସରରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିବା ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା, ରାସନ କାର୍ଡ, ଜବ କାର୍ଡ଼, ଅନ୍ତୋଦୟ କାର୍ଡ଼ ବଣ୍ଟନ କରାଯାଇଥିଲା । ସୂଚନା ଅନୁସାରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏହି ବିକାଶ ବାହନ ଭ୍ରମଣ କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତ ମଧ୍ୟରେ ଅନୁଷ୍ଠିତ ହେବ ଓ ଲୋକଙ୍କୁ ସରକାରଙ୍କ କାର୍ଯ୍ୟ ବିଷୟରେ ଅବଗତ କରାଯିବ ।