ଟିକାବାଲି ପଂଚାୟତ ଅଞ୍ଚଳରେ ବୁଲିଲା ବିକାଶ ବାହାନ ରଥ….

ଟିକାବାଲି(ସାନୁଜ ବେହେରା): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ କାର୍ଯ୍ୟଳୟ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀଙ୍କ ଶାସନର ଏକ ବର୍ଷ  ପୂର୍ତ୍ତି ଅବସରରେ ବିକାଶ ବାହାନ ରଥକୁ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦୀକ୍ଷିତ ଓ ଚେୟାରମ୍ୟାନ ଶ୍ରୀଯୁକ୍ତ ଦିଲୀପ କହଁର  ପତକା ଦେଖାଇ ରଥକୁ ଉଦଘାଟନ କରିଥିବା ଦେଖିବାକୁ ମିଳିଛି l ଏହି ପରିପ୍ରେକ୍ଷୀରେ ବନବାସୀ କଳା ସାଂକୃତିକ ବିକାଶ ପରିଷଦ ସମ୍ପାଦକ କ୍ରିଷ୍ଣା ଚନ୍ଦ୍ର ଡିଗାଲ (ବୁଲୁ)ଙ୍କ ସମେତ ଭତା ପ୍ରାପ୍ତ କରୁଥିବା ଟିକାବାଲି ପଂଚାୟତର କଳାକାର ଏବଂ ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ, ଟିକାବାଲିର କଳାକାର ସବିତା ମଲିକ, ଶରତ ଦୁଗାଲ, ଅରୁଣ ପଟନାୟକ, ସୋନ୍ତଶ ସାହୁ, ବିବଛ ଦିଗାଳ, ସୁଧୀର ଦେହୁରୀ, ପ୍ରେମ ବେହେରା, ଭଞ୍ଜ ପ୍ରଧାନ, ଗୁପି ନାଥ ଦିଗାଳ ପ୍ରମୁଖ କଳାକାର ଚାଙ୍ଗୁ  ବଜେଇ ଆଜିକାର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ  ଆକର୍ଷଣ କରିଥିଲେ l ପରେ ଟିକାବାଲି ପଂଚାୟତ ଅଭିମୁଖେ ଉକ୍ତ ରଥ ଯାତ୍ରା କରିଥିଲା l ଠିକି ସେହିପରି ସମାନ ଢଙ୍ଗରେ ପଂଚାୟତ ସରପଞ୍ଚ ଶ୍ରୀଯୁକ୍ତ କୁନ୍ଦୁରୁ ମଲିକଙ୍କ ସମେତ ଉପସ୍ଥିତ ସମସ୍ତ ସିଆରପି, ଏମ୍ବିକେ, ଆଶା ଦିଦି ଅଙ୍ଗନୱାଡି ୱାର୍କର ପଂଚାୟତ ଗ୍ରାମସେବିକା ଶ୍ରୀମତୀ ସସ୍ମିତା ବେହେରା ଏହିପରି ପ୍ରମୁଖ କର୍ମଚାରୀ ବହୁ ଆଡମ୍ବରରେ ରଥକୁ ବନ୍ଧପଣା କରି ହୁଳାହୁଳି ଦେଇ ସ୍ୱାଗତ କରିଥିଲେ l ଏଥିରେ ବିଡିଓ, ଚେୟାରମ୍ୟାନଙ୍କ ସମେତ ଏସସି ମୋର୍ଚା ବିଜେପି ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ରାମବିଶି ଦିଗାଳ, ସାଂସଦ ପ୍ରତିନିଧି ଡାକୁଆ ବାବୁ, ରାଜକିଶୋର ପ୍ରଧାନ, ସୁମନ୍ତ ନାୟଜ, ସାଇରମ ବେହେରା. ସମେତ ଅନେକ ବିଜେପି କର୍ମୀ ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣାପଡିଛି  l