ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଚାରକ ବିୟୋଗରେ ବ୍ରହ୍ମପୁର ବାସୀ ମର୍ମାହତ…..

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଜ଼ିଲ୍ଲା ପ୍ରତିନିଧି, ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଆଜି ବ୍ରହ୍ମପୁର ସ୍ଥିତ ବାସଭବନରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିଥିଲେ । ବିଶ୍ଵ ହିନ୍ଦୁ ପରିଷଦ ଓ ବନବାସୀ କଲ୍ୟାଣ ଆଶ୍ରମର ଦାୟିତ୍ୱରେ ରହିଥିଲେ । ଏଥି ସହ ଦେଶର ଜରୁରୀ କାଳୀନ ପରିସ୍ଥିତି ସମୟରେ  ଗିରଫ ହୋଇ ଜେଲ୍ ଭୋଗି ଛନ୍ତି । ଦୀର୍ଘ ଏକୋଇଶି ବର୍ଷ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦାୟିତ୍ୱରେ ରହି ଅନେକ ଶିଶୁଙ୍କ ଭବିଷ୍ୟତ ନିର୍ମାଣ କରିଛନ୍ତି ।  ଏହି ଭଳି ଜଣେ ମହାନ୍ ବ୍ୟକ୍ତିଙ୍କ ବିୟୋଗରେ ସମସ୍ତ ଅଞ୍ଚଳ ବାସି, ସଂଘ କାର୍ଯ୍ୟକର୍ତ୍ତା ଓ ପରିବାରର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଦୁଃଖ ପ୍ରକାଶ କରିବା ସହିତ ତାଙ୍କରି ଅନ୍ତର ଆତ୍ମାର ସଦ୍ ଗତି କାମନା କରିଛନ୍ତି ।