ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ସରକାରୀ ସାର୍ବଜନୀନ ପରିବହନ ଏବଂ ଘରୋଇ ପରିବହନରେ ୫୦ ପ୍ରତିଶତ ରିହାତି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ…..

ଅନୁସନ୍ଧାନ ଭାରତ (ବ୍ୟୁର): ଗତ ଏପ୍ରିଲ ମାସ ୩୧ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନ ଠାରେ ପ୍ରେସମୀଟ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ସରକାରୀ ସାର୍ବଜନୀନ ପରିବହନ ଏବଂ ଘରୋଇ ପରିବହନରେ ୫୦ ପ୍ରତିଶତ ରିହାତି ପାଇଁ ଦାବି କରିଥିଲେ l ଜୁନ ମାସ ୧୦ ତାରିଖ ସୁଦ୍ଧା ଏହି ପ୍ରତିଶୃତ ପୂରଣ କରିବାକୁ ଦାବି ମଧ୍ଯ କରିଥିଲେ ଏବଂ ପ୍ରତିଶୃତି ପୂରଣ ନ କରିଲେ ଛାତ୍ର କଂଗ୍ରେସ ରାଜ୍ୟ ସାରା ବିକ୍ଷୋଭ କରିବ ବୋଲି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଚେତାବନୀ ମଧ୍ଯ ଦେଇଥିଲ l ସରକାର ଏହି ପ୍ରତିଶୃତି ପୂରଣ ନ କରିଥିବାରୁ ଆଜି ତିରିଶ ଗୋଟି ଜିଲ୍ଲାରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଛାତ୍ର କଂଗ୍ରେସ ଘେରାଭକରିଛି । ସ୍ବୟଂ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ନିଜେ ମଧ୍ଯ ଆଜି ବିଭିନ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଘେରାଉ କରିଥିଲେ l ରାଜ୍ୟରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପରିବହନ ବ୍ୟବସ୍ଥାର ସୁବିଧା ଥାଇ ମଧ୍ଯ ଅଭାବ ହେତୁ ଶିକ୍ଷଲାଭ କରିବା ପାଇଁ ଶିକ୍ଷାନୁଷ୍ଠାନ ଯିବାରେ ସେମାନଙ୍କ ପାଇଁ ବାଧା ଉପୁଜିଛି l ରାଜ୍ୟ ସରକାର ସେଥ‌ିପ୍ରତି ଧ୍ୟାନ ଦେବା ଦରକାର l ରାଜ୍ୟର ରାଜସ୍ଵ ତଥା ଦୁଇ ଲକ୍ଷ୍ୟ ଚାଳିଶ ହଜାର ନ ଶହ ଆଠ କୋଟିରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ପରିବହନ କ୍ଷେତ୍ରରେ ସୁବିଧା ସହଯୋଗ କରାଯାଉ ଏବଂ ରାଜ୍ୟ ସରକାର ଏହି କ୍ଷେତ୍ରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଅନୁମତି ଦେଉ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି l ଛାତ୍ର ନେତା ତାପସ ଦେ, ଶୁଭମ ରାଜ, ଶାହରୁଖ ଖାନ, ସୁନୀଲ ସାହୁ ଗାନ୍ଧୀ, ଲିପିକା ପାତ୍ରଙ୍କ ସହ ପ୍ରମୁଖ ଛାତ୍ର ନେତା ଏବଂ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଯୁବନେତା ସୁଦିପ ସାମଲ, ନିହାର ରଞ୍ଜନ ବେହେରା, ମନୋଜ ବିଶ୍ବାଳ ଇତ୍ୟାଦି ଯୁବନେତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l ଯଦି ଏହି ପ୍ରତିଶୃତି ପୂରଣ ନହୁଏ ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ଆନ୍ଦାଳନ ତୀବ୍ର ରୂପ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଲେ ରାଜ୍ୟ ସଭାପତି ଶ୍ରୀ ଉଦିତ ପ୍ରଧାନ I