ବିଶ୍ୱାସ ନ ହେଲେ ବି ସତ…

ରା.ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ଛେଳିଗଡ ଗ୍ରାମ ପଞ୍ଚାୟତ ତିଳିଗାଁ ଗ୍ରାମର ହରିଶ୍ଚନ୍ଦ୍ର ବେହେର୍ଦଳାଇଙ୍କ ପୁଅ ଶ୍ରୀହରୀ ବେହେର୍ଦଳାଇ ବୟସ ଯାହାର ୧୫ ବର୍ଷ । ସବୁଦିନ ଭଳି ଗାଁ ନିକଟସ୍ଥ ରାମନଦୀକୁ ଗାଧୋଇବା ପାଇଁ ଦ୍ବିପହର ୩ ଘଣ୍ଟା ସମୟରେ କିଛି ସାଙ୍ଗଙ୍କ ସହ ମିଶି ଯାଇଥିଲା | ହଠାତ୍ ଗାଧୋଇବା ପୂର୍ବରୁ ସାବୁନଟି ଖସିପଡିଲା ଦୁଇପଥର ମଧ୍ୟରେ ଥିବା ଫାଙ୍କରେ | ପିଲାଟି ସାବୁନ୍ ଟିକୁ ବାହାର କରିବା ପାଇଁ ସେହି ପଥର ଫାଙ୍କରେ ହାତ ଭର୍ତ୍ତିକଲା | ଆଶ୍ଚର୍ଯ୍ୟର କଥା ଦିର୍ଘ ୩ ଘଣ୍ଟାର ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ପିଲାଟିର ହାତ ପଥର ଫାଟରୁ ବାହାରି ନଥିଲା | ତେଣୁ ଲୋକେ ରା ଉଦୟଗିରି ସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହୀନି ସଂଧ୍ୟା ୬ ଟା ସମୟରେ ପହଞ୍ଚି ରାତ୍ର ପ୍ରାୟ ୧୧ ସମୟରେ ଜେସିବି ଗାଡି ଆଣିବା ପାଇଁ ରା.ଉଦୟଗିରି ତହସିଲଦାର ଓ ବିଡିଓ ଜଣେଇଥିଲେ | ଶେଷରେ ଜେସିବି ବି ଆସିିଲା ଓ ବିଭାଗୀୟ ସ୍ଫ୍ରେଡ ଡ୍ରିଲ ସହାୟତାରେ ରାତି ୧୧.୩୦ ପିଲାଟିର ହାତ ବାହାର କରାଯାଇଥିଲା ଓ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଗଲା । ପିଲାଟି ସମ୍ପୂର୍ଣ୍ଣ ସୁସ୍ଥରେ ଥିବା ଜଣା ପଡିଛି। ଏସମସ୍ତ କାର୍ଯ୍ୟବେରେ ସ୍ଥାନୀୟ ପ୍ରତିନିଧି ଗଣ ଓ ପୋଲିସ ପ୍ରଶାସନ ମଧ୍ୟ ସହଯୋଗ କରିଥିବା ରା ଉଦୟଗିରି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଅଗ୍ନିଶମ ବିଭାଗ ଦ୍ବାରା ଅଞ୍ଚଳର ଅନେକ ଘଟଣାରେ ଏଭଳି ପ୍ରଚେଷ୍ଟାକୁ ଲୋକେ ପ୍ରଶଂସା କରିଛନ୍ତି ।