କଂଗ୍ରେସର ମିଶନ ଗଞ୍ଜାମ: ସଫଳ ହେବକି କଂଗ୍ରେସ ?ଗଞ୍ଜାମ ଦଖଲ ପାଇଁ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ, ଯୋଗ ଦେଲେ ପିସିସି ସଭାପତି, ରାଜ୍ୟ ପ୍ରଭାରୀ ଓ ସାନ ଖେମୁଣ୍ଡି ବିଧାୟକଙ୍କ ସହ ବହୁନେତା ଓ କର୍ମୀ…

ଗଞ୍ଜାମ/ହିଂଜିଳି(ସୁନୀଲ କୁମାର ଚୌଧାରୀ/ ସଂସ୍କାର ପଟ୍ଟନାୟକ): କଂଗ୍ରେସର ମିଶନ ଗଞ୍ଜାମ l ରାଜ୍ୟ ରାଜନୀତିର ଚର୍ଚ୍ଚିତ ରାଜନେତା ଗଞ୍ଜାମ ଜିଲାର ବାଘ ଓ ବାହୁବଳୀ ନେତା ଭାବରେ ପରିଚିତ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପିସିସି ଉପସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସମଗ୍ର ଜିଲ୍ଲା କଂଗ୍ରେସରେ ଉତ୍ସାହ ଦେଖା ଦେଇଛି l ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳକୁ ପୁଣି ବିଜୟର ସ୍ୱାଦ ଚଖେଇବା ପାଇଁ ବିଭିନ୍ନ ବ୍ଲକ, ପଂଚାୟତକୁ ଯାଇ ଘନ ଘନ ବୈଠକ ଓ କର୍ମୀସମ୍ମିଳନୀ କରୁ ଥିବାର ଦେଖା ଦେଇଛି l ଏହି ପରିପ୍ରେକ୍ଷୀରେ କଂଗ୍ରେସର ହେବିୱଟ ନେତାଙ୍କ ଗସ୍ତ ମଧ୍ୟ ଆରମ୍ଭ ହୋଇଛି l କଂଗ୍ରେସ ଦଳର ନେତା ଓ କର୍ମୀଙ୍କ ମନବଳକୁ ଦୃଢ଼ କରିବା ପାଇଁ ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଗସ୍ତ କରିଛନ୍ତି । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଠାରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଥିଲା । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ଠାରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଉକ୍ତ ସମ୍ମିଳନୀରେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଅଜୟ କୁମାର ଲାଲୁଙ୍କ ସମତେ କଂଗ୍ରେସ ସାନ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, କୋରାପୁଟ ବିଧାୟକ ତାରା ବାହିନୀ ପତି ପ୍ରମୁଖଙ୍କ ବହୁ ବରିଷ୍ଠ ବିଧ୍ୟାୟକମାନେ ଯୋଗ ଥିଲେ l ପିସିସି ସଭାପତି ଭକ୍ତ ଚରଣ ଦାସ ଗଞ୍ଜାମ ବାସିଙ୍କୁ ହିଞ୍ଜିଳିରୁ ସମ୍ବୋର୍ଦ୍ଧନ କରି କହିଛନ୍ତି ଯେ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ସର୍ବଦା ତତ୍ପର ରହିଛି l ସମ୍ବିଧାନର ସୁରକ୍ଷା ପାଇଁ ଜାତି ଭିତିକ ଜନଗଣନା କରିବାକୁ ସରକାରଙ୍କୁ ବାଧ୍ୟ କରିଛି l ବରିଷ୍ଠ ବିଧାୟକ ତାରାପତି ବାହିନୀ ହିଞ୍ଜିଳିରୁ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି l ବିଜେପି ଗୋଟେ ରଙ୍ଗମରା ସରକାର l ଦିର୍ଘ ଏକ ବର୍ଷ ହେଲା କେବଳ ଯୋଜନା ପରିବର୍ତ୍ତନ କରି ରଙ୍ଗ ମାରୁଛି l ବିଜେପି ସରକାର ନିର୍ବାଚନ ପୂର୍ବରୁ ୩ ଶହ ୟୁନିଟ ବିଜୁଳି ମାଗଣା ଦେବାକୁ କହି ଲୋକମାନଙ୍କୁ ଠକି ଦେଇଛି l ସୁଭଦ୍ରା ଯୋଜନା ନାଁରେ ମା ମାଉସୀମାନଙ୍କୁ ଠକିଛି l ଏଥର କଂଗ୍ରେସ ଗଞ୍ଜାମରୁ ନିଜର ପ୍ରତିବାଦ ସ୍ୱର ଉତ୍ତୋଳନ କରୁଛି l ଆଉ ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସରକାର ହେବ l ତେବେ ଏହି ସମ୍ବିଧାନ ବଞ୍ଚାଅ ସମ୍ମିଳନୀ ସମାବେଶ ସଭାରେ ଗଞ୍ଜାମ ଜିଲ୍ଲାର ବିଜେପି ଓ ବିଜେଡିର ତୁଙ୍ଗ ନେତା ନିଜ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି l ଦେଖା ଯାଉ ଆଗାମୀ ପଂଚାୟତ ନିର୍ବାଚନରେ ଗଂଜାମ ଜିଲାରେ କଂଗ୍ରେସ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ କେତେ ପରିମାଣ ରେ ଟକ୍କର ଦେବାକୁ ସକ୍ଷମ ହେଉଛି l