ନୂଆଗଡ଼ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ବ୍ଲକର ୧୩ଟି ସୟଂ ସହାୟକ ଗୋଷ୍ଠୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତ୍ୟେକ ଗୃପରୁ ୩ଜଣ ମହିଳା ଉପସ୍ଥିତ ହୋଇ ଗ୍ରାମାଞ୍ଚଳରେ ପ୍ରସ୍ତୁତ ହେଉଥିବା ପାରମ୍ପରିକ ଖାଦ୍ୟ ଯଥା ପୋଡ଼ ପିଠା, ମଣ୍ଡା ପିଠା, ଉପମା, ଚକୁଳି ଓ ଚୁଡ଼ାଘସା ଇତ୍ୟାଦି ଦୁଇ ଘଣ୍ଟା ମଧ୍ୟରେ ପ୍ରସ୍ତୁତ କରିଥିଲେ । ଏଥିରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତ୍ରିଶୂଲ ସେନାପତି, ପ୍ରୋଗ୍ରାମ ଅଫିସର ଡିଏସଡବ୍ଲୁ କେ. ସୁନିତା, ଗୋଷ୍ଠୀ ମଙ୍ଗଳ ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ରାଓ ଗଣ୍ଠି ବିଚାରକ ମଣ୍ଡଳୀ ଭାବେ ଯୋଗଦାନ କରି କେ.ଝାଲରସିଂ ଗ୍ରାମର ଗାୟତ୍ରୀ ସୟଂ ସହାୟକ ଗୋଷ୍ଠୀକୁ ପ୍ରଥମ, ଖଜୁରୀପଦା ଗ୍ରାମର ବୃନ୍ଦାବତି ସୟଂ ସହାୟକ ଗୋଷ୍ଠୀକୁ ଦ୍ବିତୀୟ ସ୍ଥାନ ବିବେଚିତ କରିଥିଲେ । ପ୍ରଥମ, ଦ୍ବିତୀୟ ସ୍ଥାନ ବିବେଚିତ ହୋଇଥିବା ସୟଂ ସହାୟକ ଗୋଷ୍ଠୀ ଜିଲ୍ଲା ସ୍ତରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ପ୍ରତିଯୋଗିତାରେ ଭାଗ ନେଇଥିବା ସୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟାମାନଙ୍କୁ ମାନପତ୍ର ଏବଂ ସିଲ ଦେଇ ପୁରସ୍କୃତ କରାଯାଇଥିଲା । ବିଡିଓ ଲୋକନାଥ ଶବର, ସିଡିପିଓ ରାଜସ୍ୱରି ପାତ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ମଣ୍ଡଳ ଉପସ୍ଥିତ ଥିବାବେଳେ ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜକ ସତ୍ୟବାଦୀ ପାଇକ, ବିଟିସି ବାବୁଲିଟି ଲିମା, ମିଶନ ଶକ୍ତି ବ୍ଲକ ସଂଯୋଜକ ବସନ୍ତ କୁମାର ବଡ଼ମୁଣ୍ଡି, ଗୋଷ୍ଠୀ କାର୍ଯ୍ୟକାରୀ ସହାୟକ ସନ୍ତୋଷ ଭୂୟାଁ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।