ମୋହନା(ମିହିର ପ୍ରସାଦ ମାଳୀ): ଗଜପତିଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ସ୍ୱୟଂ ସହାୟକ ମହିଳାମାନଙ୍କୁ ନେଇ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କରାଯାଇଥିଲା । ବ୍ଲକର ନଅ ଗୋଟି ଗ୍ରୁପ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ବିଭିନ୍ନ ପ୍ରକାର ଖାଦ୍ୟ ବନାଇବା ସହ ପରିବେଷଣ କରିଥିଲେ । ପ୍ରତିଯୋଗୀତାରେ ଭାଗ ନେଇଥିବା ମହିଳାମାନେ କିପରି ସ୍ୱଚ୍ଛତା ରହି ଖାଦ୍ୟ ପରିବେଷଣ କରିବେ ସେଥିପାଇଁ ଜିଲ୍ଲା ସ୍ତରୀୟ ଏକ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିଲା । ପରେ ମୋହନା ବିଡ଼ିଓ ରାଜୀବ ଦାସ, ଅତିରିକ୍ତ ବିଡ଼ିଓ ରମାକାନ୍ତ ଚୌଧୁରୀ, ସିଡିପିଓ ସବିତା ପଟ୍ଟନାୟକ, ମିଶନ ଶକ୍ତି, ଜୀବିକା ମିଶନର କର୍ମଚାରୀମାନେ ମିଳିତରେ ନଅ ଜଣ ମହିଳା ଗ୍ରୁପଙ୍କ ବନାଇଥିବା ଖାଦ୍ୟକୁ ପରଖିଥିଲେ । ସେଥି ମଧ୍ୟରୁ ତିନୋଟି ଗ୍ରୁପକୁ ପ୍ରଥମ ଦ୍ୱତୀୟ ଓ ତୃତୀୟ ସ୍ଥାନରେ ମାନପତ୍ର ପ୍ରଦାନ କରିବା ସହ କିଛି ଆର୍ଥିକ ସହାୟତା ଦିଆ ଯାଇଥିଲା ।