ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପରିବେଶ ଦିବସ ପାଳିତ….

ଅନୁସନ୍ଧାନ ଭାରତ ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବକେନ୍ଦ୍ରରେ ଆଜି କନ୍ଧମାଳ ଜିଲ୍ଲାର ଅନ୍ୟତମ ଏକ ଲୋକ ସଂଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର କର୍ମୀ ସସ୍ମିତା ମଲିକ, ପ୍ରମୋଦା ନାୟକ, ଶାନ୍ତି ଲତା ନାୟକ, ସଞ୍ଜୟ ଦିଗାଲ ଏବଂ ସଂଗଠନର ବ୍ଲକ କମିଟି ସଦସ୍ୟ ପ୍ରିୟଙ୍କା ପ୍ରଧାନଙ୍କ ଆହ୍ୱାନ କ୍ରମେ ବିଶ୍ୱ ପରିବେଶ ଦିବସ ଅତି ସୁନ୍ଦର ଭାବରେ ପାଳିତ ହୋଇଛି l ସଂଗଠନର ସାଥି ଭାଇ ଓ ଭଉଣୀ ମାନେ ଅତି ସୁନ୍ଦର ଭାବରେ ଆମ  ଚତୁଃର ପାର୍ଶ୍ୱ ରେ ଥିବା ଗଛ ଲତା, ବନ ପାହାଡ଼ କୁ କିପରି ସୁରକ୍ଷା କରିବା ଏବଂ ପ୍ଲାଷ୍ଟିକ ଜିନଷ ବ୍ୟବହାର ପ୍ରତି କିପରି ଦୁରେଇ ରହିବା ରାସାୟନିକ ପଦ୍ଧତିରେ ବ୍ୟବହାର ହେଉଥିବା ସାର ଔଷଧ କୁ କିପରି  ମନା କରିବା ଏବଂ ପରିବେଶ କୁ ଯେପରି ସବୁଜ ସୁନ୍ଦର ରଖିବା ଯାହା ଦ୍ୱାରା ଘଟୁ ଥିବା ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ବୈରାଗ ରୁ ମୁକ୍ତି ପାଇବା ସେ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଜିର ଦିବସକୁ ପାଳନ କରା ଯାଇଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ସ୍ଥିତ ବନ ବିଭାଗ ପକ୍ଷରୁ ବନପାଳ ପ୍ରଶାନ୍ତ ସାହୁ, ବନରକ୍ଷୀ ଝୁମୁରୀ କଂହର, ପାହାଡ଼ ସ୍ଵେଛାସେବୀ ଅନୁଷ୍ଠାନ କର୍ମୀ ନିତ୍ୟାନନ୍ଦ ବେହେରା, ଭି. ଆର.ପି, ଲିଙ୍ଗଗଡା ଗ୍ରାମ ପଞ୍ଚାୟତ ବିରଜା ମୁଖୀ, ମଲ୍ଲୀକାପଡି ଗ୍ରାମ ପଞ୍ଚାୟତ ମାମା ପ୍ରଧାନ, ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ରୁବିନା ଦିଗାଲ ଏବଂ ରଟିଙ୍ଗିଆ ଗ୍ରାମପଞ୍ଚାୟତ ଏମ.ବି.କେ ଡି.ସବନମ, ମହାସଂଘ ସମ୍ପାଦିକା ଦମ୍ବିକା ନାୟକଙ୍କ ସମେତ ସମସ୍ତ ସି.ଆର.ପି,ଇ.ସି ମେମ୍ବର ସହିତ ସଂଗଠନ ସଦସ୍ୟ ଉପସ୍ଥିତ ଥିଲେ  l ସଂଗଠନର ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଓ ବନ ବିଭାଗ ଅଧିକାରୀମାନେ ବେଶ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି  l