ବ୍ରାହ୍ମଣୀଗାଁ ରେ ମକା ବିହନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଶିବ ମନ୍ଦିର ପରିସରରେ ରାଶି ବିହନ ଉତ୍ପାଦନ କେନ୍ଦ୍ର ପକ୍ଷରୁ ମକା ଚାଷ ସଂପର୍କିତ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ତାଲିମ୍ ଦାତା ଭାବେ ଆଞ୍ଚଳିକ ବାଣିଜ୍ୟ ପ୍ରତିଷ୍ଠାନ ପରିଚାଳକ ଓଡ଼ିଶାର ତାରା ପ୍ରସାଦ ରଥ ଯୋଗ ଦେଈ ତାଲିମ ପ୍ରଦାନ କରିଥିବା ବେଳେ ଟେରିଟୋରି ମ୍ୟାନେଜର ଅଗ୍ରଜ ପାର୍ଥି, ମୋହନା କ୍ଷେତ୍ର ପରିଚାଳକ ନୀତିଶ କୁମାର ସାହୁ, ପ୍ରଶାନ୍ତ ସୁବୁଦ୍ଧି ପ୍ରମୁଖ ଉକ୍ତ କର୍ମଶାଳାରେ ଯୋଗ ଦେଇଥିଲେ । ମକା ଚାଷର ଚାହିଦା ଦିନକୁ ଦିନ ବଢ଼ୁ ଥିବା ବେଳେ ଚାଷୀମାନେ ଉନ୍ନତ ମାନର ବିହନ ସଠିକ୍ ସମୟରେ ପାଇ ପାରୁ ନାହାଁନ୍ତି ଏବଂ ବିହନ ଅନୁଯାୟୀ ଚାଷର ପ୍ରଣାଳୀ ଓ ତାର ଯତ୍ନ କିପରି ନିଆଯିବ ତାହାର ସଠିକ ପ୍ରଣାଳୀ ଅନୁସରଣ କରି ପାରୁ ନାହାଁନ୍ତି, ଯାହାରି ଫଳରେ ବିଭିନ୍ନ ସାର ଓ କୀଟନାଶକ ବ୍ୟବହାର କରି ମାଟିର ଗୁଣବତ୍ତା ହରାଇବା ସହ ବିଷାକ୍ତ ଖାଦ୍ୟ ଉତ୍ପାଦନ କରୁଛନ୍ତି । ଏଣୁ ଆୟୋଜିତ କର୍ମ ଶାଳାରେ ତାଲିମ ଦାତା ଶ୍ରୀ ପଣ୍ଡା ସମସ୍ତ ଚାଷୀମାନଙ୍କୁ ଚାଷର ପ୍ରଣାଳୀ ଓ ସାର ପ୍ରୟୋଗର ପ୍ରଣାଳୀ ସମ୍ପର୍କରେ ଶିକ୍ଷା ଦେବା ସହ ରାଶି ବିହନ କେନ୍ଦ୍ର ପକ୍ଷରୁ ଉତ୍ପାଦିତ ନୂତନ ମକା ବିହନ ଆର ୩୪୧୪କୁ ବ୍ୟବହାର କରି ଅଧିକ ଲାଭ ବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ବିହନ ଯେ କୌଣସି ମାଟିରେ ବଢ଼ି ପାରିବ ଓ ଉତ୍ତମ ଫଳ ଦେବା ସହ ଝଡ ବର୍ଷାରେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ଭଳି ଶକ୍ତି ଅଛି ବୋଲି ଚାଷୀମାନଙ୍କୁ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ଓ ଗଜପତି ସୀମାନ୍ତ ବର୍ତ୍ତି ଅଞ୍ଚଳରୁ ଶତାଧିକ ଚାଷୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।