ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ମାଁ କୟାଁ ବ୍ୟାଘ୍ରଦେବୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଇଁ ଗୁରୁବାର ଅପରାହ୍ନରେ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରାୟ ୫୦୦ରୁ ଉର୍ଦ୍ଧ ମହିଳା ସହର ଉପକଣ୍ଠ ବରଙ୍ଗ କେନାଲରୁ ପାଣି କଳସରେ ଆଣିଥିଲେ । ସେଠାରେ ପୂଜାର୍ଚ୍ଚନା ପରେ ନଦିଆ କିର୍ତ୍ତନ, ଘଣ୍ଟବାଦ୍ୟ, ବାଣ ବାଜା ପଟୁଆର୍ରେ ଶୋଭାଯାତ୍ରା ସହର ପରିକ୍ରମା କରି ଯଜ୍ଞସ୍ଥଳରେ ଶୋଭାଯାତ୍ରା ପହଞ୍ଚିଥିଲା । ସେଠାରେ ନାମଯଜ୍ଞ ମଣ୍ଡପର ଅଧିବାସ ପରେ ଆସନ୍ତାକାଲି ଠାରୁ ନାମଯଜ୍ଞ ଆରମ୍ଭ ହେବ । ଏଥିସହ ମନ୍ଦିର ପ୍ରତିଷ୍ଠା ନେଇ ମଧ୍ୟ ରୀତିନୀତି ଆରମ୍ଭ ହେବ । ଏଥିରେ ପଣ୍ଡିତ ଉପେନ୍ଦ୍ର ମିଶ୍ର, ଅନିଲ ଶତପଥୀ, ପ୍ରମୋଦଷଡ଼ଙ୍ଗୀ, ସୁବାଷ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର ତ୍ରିପାଠୀ, ବୁଲୁ ମହାପାତ୍ର, ତ୍ରିଲୋଚନ ଦାଶ ଓ ରମେଶ ଚନ୍ଦ୍ର ଦାଶ ପୂଜାପାଠ ସମ୍ପାଦନ କରିଥିଲେ । ଅମ୍ବିକା ଶତପଥୀ ଓ ପତ୍ନୀ ସ୍ନିଗ୍ଧା ଶତପଥୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କମିଟି ସଭାପତି ପ୍ରମୋଦ କୁମାର ଦଳବେହେରା, ସୁବାଷ ଚନ୍ଦ୍ର ପ୍ରଧାନ, ଶ୍ରୀରାମ ପ୍ରସାଦ ପାଳ, ପ୍ରସନ୍ନ କୁମାର ନାୟକ ଓ ସୁବାଷ ଚନ୍ଦ୍ର ବରାଡ଼ଙ୍କ ସମେତ ବହୁ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୧୫ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବା ବେଳେ ପ୍ରସାଦ ସେବନ ମଧ୍ୟ ଜାରି ରହିବ । ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ, ରାଘବନନ୍ଦ ଆଚାର୍ଯ୍ୟ, ବିଷ୍ଣୁପ୍ରସାଦ ପ୍ରଧାନ, ମୁରଲୀଧର ପଣ୍ଡା, ସୁଧୀର ରଞ୍ଜନ ବେହେରା, କଳ୍ପତରୁ ନାୟକ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଚିଦାନନ୍ଦ ପ୍ରଧାନ, ଦିଲ୍ଲୀପ ପଟ୍ଟନାୟକ,ବିପଦର ବନ୍ଧୁ ଓ ଜୟଶ୍ରୀ ହନୁମାନ ସ୍ବେଚ୍ଛସେବୀ ସଂଘର ସଦସ୍ୟମାନେ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି ।