ରାମଗିରି ବନ ବିଭାଗ ତରଫରୁ ବିଶ୍ବ ପରିବେଶ ଦିବସ ପାଳିତ…

ରା.ଉଦୟଗିରି(ଆକାଶ ଦାସ): ଗଜପତିଜିଲ୍ଲା ରାମଗିରି ବନାଞ୍ଚଳ ଅଧିକାରୀ ପିୟୂଷ ପଟନାୟକଙ୍କ ଅଧ୍ୟକ୍ଷତାରେ ରାମଗିରି ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ପରିବେଶ ଦିବସ ୨୦୨୫ । ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ଜିଲ୍ଲାପରିଷଦ ଦଣ୍ଡପାଣି ବଡମୁଣ୍ଡି, ସ୍ଥାନୀୟ ସରପଞ୍ଚ ସସ୍ମିତା କାର୍ଯ୍ୟୀ, ପୂର୍ବତନ ଜିଲ୍ଲାପରିଷଦ ତାରିଣୀ ଚରଣ ଗୈାଡ ଓ ଅଧ୍ୟାପକ ବାୟାଧର ବଡକୁମର ମଞ୍ଚାସୀନ ଥିବାବେଳେ ପଞ୍ଚାୟତର ଆଶା, ଅଙ୍ଗନୱାଡ଼ି, ସିଆରପିଓ କୃଷିମିତ୍ରଙ୍କ ସହ ଆଞ୍ଚଳିକ ବନଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତଥିଲେ । ପରିବେଶ ସୁରକ୍ଷା ତଥା ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ବଦେଇ ମଞ୍ଚାସୀନ ଅତିଥିଗଣ ନିଜ ନିଜର ଅବିଭାଷଣ ରଖିଥିଲେ । ପରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ପରିଶେଷରେ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରୁ ଶିବ ମନ୍ଦିର ଯାଏଁ ସ୍ବଛ୍ଛ ଭାରତ ତଥା ସଫେଇ କର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ, ବନପାଳ ବିଭିଷଣ ଭୁୟାଁ ଓ ବନରକ୍ଷୀ ରୁନି ପାତ୍ର ପରିଚାଳନା କରିଥିବାବେଳେ ଜିରାଙ୍ଗ ବନପାଳ ଶିବରାମ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।