ଧରାକୋଟ(ସୁନୀଲ କୁମାର ଚୌଧୁରୀ): <span;>ପାରମ୍ପରିକ ରୀତି ନୀତିରେ ମହା ସମାରୋହ ଓ ମହା ଆଡମ୍ବର ସହକାରେ ଧରାକୋଟ ଗଡ ଶୀତଳ ଷଷ୍ଠୀ ଯାତ୍ରା ପାଳନ ହେଉଛି ।ବଡଦାଣ୍ଡ ସାହିରେ ବାଜା ବଜଣା ସହ ପଟୁଆରରେ ନଗର ପରିକ୍ରମା ବା ଦ୍ୱାରପୂଜା କାର୍ଯ୍ୟକ୍ରମ ସମ୍ପନ୍ନ ପରେ ବଡ଼ଦାଣ୍ଡ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ପ୍ରଭୁ ଚନ୍ଦ୍ରଶେଖର, ମହା ଲିଙ୍ଗେଶ୍ୱର ଓ ବିଶ୍ୱେଶ୍ୱରଙ୍କ ସହ ମା ପାର୍ବତୀ ବିରାଜମାନ କରି ଥିଲେ । ଚନ୍ଦ୍ରଶେଖରଙ୍କ ବିମାନ ପହଞ୍ଚିବା ପରେ ଗ୍ରାମ ବାସୀଙ୍କୁ ଦର୍ଶନ ଦେଲେ । ଏହି ଅବସରରେ ବାବା ସ୍ଵପ୍ନେଶ୍ଵର ନାଟ୍ୟ ପରିଚାଳନା କମିଟି ଦ୍ୱାରା ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ରାମାୟଣ ନାଟକକୁ ଉଦଘାଟନ କରିଛନ୍ତି l ଏହି ପରି ଚାଳନା କମିଟିରେ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ(ସଭାପତି), ମିଲୁ ସ୍ୱାଇଁ (ଉପ ସଭାପତି), ୟୁ ପାପା ରାଓ(ସମ୍ପାଦକ), ଘନ ଶ୍ୟାମ ମହାନ୍ତି( ସହ ସମ୍ପାଦକ), ରବୀନ୍ଦ୍ର ଘୋଷ(କୋଷାଧକ୍ଷ) ଓ ବିଶିଷ୍ଟ ସମାଜ ସେବୀ ସୁନୀଲ କୁମାର ଚୌଧୁରୀ ଓ ବବିନା ବେହେରା, ରାଜା ସେଠି, ହିମାଂଶୁ ସ୍ୱାଇଁ, କାଁହୁ ଗୌଡ଼, ମନୁ ମିଶ୍ର, ଶିବ ବାରିକ, ବିକାଶ ମହାନ୍ତି, ସମ୍ବିତ ସ୍ୱାଇଁ, କାହ୍ନ ଦାସ, ଅଭୟ ସ୍ୱାଇଁ ଯୁବକ ଗୋଷ୍ଠୀଙ୍କ ସାହାଯ୍ୟରେ ସୁଚାରୁରୂପେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l