କୋଟଗଡ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ…

କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ମୋଟ ୪୨ ଗୋଟି ଅଭିଯୋଗ ଶୁଣାନୀ ହୋଇ ଥିଲା । ଯେଉଁଥିରେ ରାସ୍ତା, ପାନୀୟ ଜଳ, ନେଟୱାର୍କ, ବିଜୁଳି ସମସ୍ୟା ରହିଥିଲା । ବିଜୁଳି ସମସ୍ୟା କୋଟଗଡରେ ବହୁଦିନରୁ ଲାଗି ରହିଅଛି l ଏଥିପାଇଁ ଅଞ୍ଚଳ ବାସୀ ବହୁଥର ଅଭିଯୋଗ କରିଥିଲେ ସୁଦ୍ଧା ସମାଧାନ ହୋଇପାଉନି । ଆଜି ଜିଲ୍ଲାପାଳଙ୍କୁ ଭେଟି ପୁଣି ଅଭିଯୋଗ ପତ୍ର ଦେଇଛନ୍ତି ଅଂଚଳ ବାସୀ । ଜିଲ୍ଲାପାଳ ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିବା କହିଛନ୍ତି ଅଭିଯୋଗ କାରୀ । ଆଉ ଏକ ସମସ୍ୟା ବଣ୍ଡାପିପିଲିରେ ଏକ ପୁଲିସ ଫାଣ୍ଡି କରିବାକୁ ମଧ୍ୟ ଅଭିଯୋଗ ଆସିଥିଲା ଅଂଚଳର ଜନସାଧାରଣ । ସବୁଠୁ ବଡ ଅଭିଯୋଗଟି ହେଲା କୋଟଗଡ ପଞ୍ଚାୟତ ସମିତିରେ ୧୫ ଗୋଟି ପଞ୍ଚାୟତ ରହିଥିବା ବେଳେ ମାତ୍ର ଦୁଇ ଜଣ ଯନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟ ଚାଲିଛି । ଯାହା ଫଳରେ ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ହେଉଥିବା ପରିଲିକ୍ଷିତ ହେଉଛି । ତେଣୁ ସମସ୍ତ ସରପଞ୍ଚ ଓ ସମିତି ମେମ୍ବର ଏକ l କୋଟଗଡକୁ  ଯନ୍ତ୍ରୀ ଯୋଗେଇଦେବାକୁ ଅନୁରୋଧ କରି ଥିଲେ । ଏହି ଅଭିଯୋଗର ସମଧାନ ୧୫ ଦିନ ଭିତରେ କରିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇ ଥିବା କହିଛନ୍ତି ଅଂଚଳ ବାସୀ ।  ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କ ସହ  ହରିଶ ବିଶି  ଆରକ୍ଷୀ ଅଧିକ୍ଷକ କନ୍ଧମାଳ,  ନରେନ୍ଦ୍ର ନାୟକ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃପାସିନ୍ଧୁ ବେହେରା ପିଏ ଆଇଟିଡିଏ  ବାଲିଗୁଡା, ପିଙ୍କି କହ୍ନର ବ୍ଲକ ଅଧକ୍ଷା, ଶୁଭକାନ୍ତ ନାୟକ ବିଡ଼ିଓ କୋଟଗଡ଼, ପୁଷ୍ପାଞ୍ଜଳି ଭାଟ ବ୍ଲକ ଉପାଧ୍ୟାକ୍ଷା ସହ କୋଟଗଡର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l