ଗଜପତିକୁ ଆସିଲା ଆଉ ଗୋଟିଏ ଦାଦନ ଶ୍ରମିକର ମୃତ ଦେହ…

ରାୟାଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘୁନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ ରଘୁନାଥପୁର ଗ୍ରାମର ଆଦିବାସୀ ପରିବାର ସୁବାଷ ବଡରଇତଙ୍କ ବଡପୁଅ ସହଦେବ ବଡରଇତ ( 22) ନିଜ ପରିବାରର ଗୁଜୁରାଣ ମେଣ୍ଟେଇବା ପାଇଁ ଦାଦନ ଖଟିବାକୁ ଆନ୍ଦ୍ର ପ୍ରଦେଶର ବିଶାଖାପାଟନମକୁ ଯାଇଥିଲେ । ହଠାତ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ Gitam ନାମକ ଘୋରେଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ l କିନ୍ତୁ ଡାକ୍ତର ମୃତୁ ଘୋଷଣା କରିଥିଲେ । କମ୍ପାନୀରେ କାମ କରୁଥିବା ବନ୍ଧୁମାନଙ୍କ ସହଯୋଗରେ ଗତକାଲି ଗତ 30 ତାରିଖରେରେ ଆମ୍ବୁଲାନ୍ସ ଯୋଗେ ନିଜ ଭିଟାମାଟି ରଘୁନାଥପୁରକୁ ମୃତ ଶରୀର ପହଂଚି ଦାହ କରାଯାଇଥିଲା । ପରିବାରର ରୋଜଗାରିଆ ଯୁବପୁଅର ଶବକୁ ଦେଖି ପରିବାର, ସମ୍ପର୍କୀୟ ମର୍ମାହତ ହେବା ସହିତ ଗ୍ରାମରେ ଶୋକର ଛାୟା ଦେଖିବାକୁ ମିଳିଥିଲା । ପରିବାରକୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।