ମୋହନା(ମିହିର ପ୍ରସାଦ ମାଳୀ): କାର୍ ବାଇକ ମୁହାଁମୁହିଁ ଧକ୍କାରେ ୩ ବାଇକ ଆରୋହୀ ଗୁରୁତର । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ହାଟପଦା ଠାରେ ଘଟିଛି ଏଭଳି ଏକ ମର୍ମାନ୍ତୁକ ସଡକ ଦୁର୍ଘଟଣା l ସୂଚନା ପ୍ରକାରେ ବାଇକ ଆରୋହୀ ତିନିଜଣ ଚାନ୍ଦିପୁଟ ଠାରୁ ନିଜ ଗାଁ ମାଣିକପୁର ଯାଉଥିବାବେଳେ ବିପରୀତ ଦିଗରୁ ଏକ କାର ଆସୁଥିଲା l ଭାରସାମ୍ୟ ହରାଇ ହାଟପଦା ଠାରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଯାହା ଫଳରେ ବାଇକରେ ବସିଥିବା ତିନିଜଣ ଗୁରୁତର ହୋଇଥିଲେ l ଆହତ ବାଇକ ଆରୋହୀ 3 ଜଣ ହେଲେ ମୋହନା ଥାନା ମାଣିକପୁର ଗ୍ରାମର ସୁକଦେବ ପାଇକ, ଜଗବନ୍ଧୁ ପାଇକ ଓ ଲିଟୁ ଦଳାଇ l ସମସ୍ତଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା l ତେବେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର MKCG କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିବା ସହ ଉଭୟ ଗାଡ଼ିକୁ ଜବତ କରିଛି l