ବିଧାନସଭା ଷ୍ଟାଣ୍ଡଡିଂ କମିଟି ନିକଟରେ ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ଦାବୀ କଲେ ଅଞ୍ଚଳ ବାସୀ…

ଦାରିଙ୍ଗବାଡି(ଆଶୋକ ସିଂ): ବିଧାନ ସଭା ଷ୍ଟାଣ୍ଡଡିଂ କମିଟି ବିଭାଗ (୫) ପକ୍ଷରୁ ଏକ ପ୍ରତିନିଧି ଦଳ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଶୁକ୍ରବାର ଦିନ ଦାରିଙ୍ଗବାଡିରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଅଞ୍ଚଳର ନେତୃବୃନ୍ଦଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ବ୍ରାହ୍ମଣୀଗାଁ ବ୍ଲକ ଅଭିଯାନ କମିଟିର ସଭାପତି ବିକ୍ରମ ବସ୍ତିରାୟଙ୍କ ନେତୃତ୍ୱ ରେ ଏକ ଟିମ୍ ଦାରିଙ୍ଗବାଡି ଯାଇ ଷ୍ଟାଣ୍ଡଡିଂ କମିଟିର ଅଧ୍ୟକ୍ଷ  ବିଭୁତି ଭୁଷଣ ପ୍ରଧାନଙ୍କୁ ସାକ୍ଷାତ କରି ବ୍ରାହ୍ମଣୀଗାଁରେ ଏକ ନୂତନ ବ୍ଲକ୍ ଗଠନ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିବା ସହ ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ, ପ୍ରସୂତୀ ପ୍ରକୋଷ୍ଠ, ସ୍ତ୍ରୀ ରୋଗ ବିଶେଷଜ୍ଞ  ନିଯୁକ୍ତି, ଏଏନଏମ ନିଯୁକ୍ତି କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ l ଏହା ସହ ସରାମୂଳି, ଗଦାପୁର, ଶିକରମାହା ମେଡ଼ିକାଲରେ ଡାକ୍ତର ନିଯୁକ୍ତି, ନିୟମିତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ଦାବୀ କରିଥିଲେ । କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ବ୍ରାହ୍ମଣୀଗାଁ ମେଡ଼ିକାଲ ଉପରେ ଗଜପତି ଗଞ୍ଜାମ ଓ ରାୟଗଡ଼ା ସୀମାନ୍ତ ଅଞ୍ଚଳର ପ୍ରାୟ ୧୫ଗୋଟି ପଞ୍ଚାୟତ ବାସୀ ନିର୍ଭର କରନ୍ତି । ବ୍ରାହ୍ମଣୀଗାଁ ଠାରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଦୂରତା ପ୍ରାୟ ୪୦ କିମି ଦୂର ହେଉଥିବା ବେଳେ ଏହାର ଆଭ୍ୟନ୍ତରୀଣ ଇଲାକାରୁ ୬୦ରୁ ୮୦କିମି ଦୂର ହେଉ ଥିବାରୁ ଅଞ୍ଚଳ ବାସୀ ସଠିକ୍ ଭାବେ ସ୍ଵାସ୍ଥ୍ୟ ସେବା ପାଇ ପାରୁ ନାହାଁନ୍ତି l ଏଣୁ ବ୍ରାହ୍ମଣୀଗାଁକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପ୍ରଦାନ କରି ଏହାର ଉନ୍ନତି କଲେ ଅଞ୍ଚଳ ବାସୀ ଉପକୃତ ହେବେ ବୋଲି ଅଞ୍ଚଳ ବାସୀ ଆଶା ବାନ୍ଧି ଛନ୍ତି । ଦୁର୍ଗମ ଅଞ୍ଚଳରେ ଯେ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି l ଏହାକୁ ହୃଦବୋଧ କରି ଷ୍ଟାଣ୍ଡ ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଉକ୍ତ ପ୍ରତିଶୃତି ପାଇବା ପରେ ଅଞ୍ଚଳବାସୀ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଷ୍ଟାଣ୍ଡଡିଂ କମିଟିକୁ ସାକ୍ଷାତ କରିବା ପାଇଁ ଯାଇଥିବା ଟିମରେ  ବ୍ଲକ ଗଠନ ଅଭିଯାନ କମିଟି ସଭାପତି ଶ୍ରୀ ବସ୍ତିରାୟଙ୍କ ସହ ଗଦାପୁର ସରପଞ୍ଚ କୁମାରୀ ମଲ୍ଲିକ, ସମ୍ପାଦକ ଆଶୋକ ସିଂ, ଉପ ସଭାପତି ଶରତ କୁମାର ଦିଗାଲ, ସହ କୋଷାଧ୍ୟକ୍ଷ ଅକ୍ଷୟ କୁମାର ନାୟକ ପ୍ରମୁଖ ସାମିଲ ହୋଇ ଥିଲେ ।