କିରାମାହା ଠାରୁ ଗଡମା ପର୍ଯ୍ୟନ୍ତ ବିଦ୍ୟୁତ୍ ଲୋ ଭୋଲ୍ଟେଜ୍ ସମସ୍ୟା, ଜାଣି ଶୁଣି ବିଦ୍ୟୁତ୍ ବିଭାଗ ଚୁପ୍…

ଦାରିଙ୍ଗବାଡି( ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳ ଝିଞ୍ଜିରିଗୁଡ଼ା ପଞ୍ଚାୟତର କିରାମାହା ଠାରୁ ଗଡମା ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବିଦ୍ୟୁତ୍ ସରବରାହ ଲୋ ଭୋଲ୍ଟେଜ ସମସ୍ୟା ଲାଗି ରହିଛି l ଏ ନେଇ ପୂର୍ବତ୍ତନ ଜିଲ୍ଲା ପରିଷଦ ସଦସ୍ୟ ଆରନ ନାୟକ ବାରମ୍ଵାର ଟୋଲ୍ ଫ୍ରୀ ନମ୍ବରରେ ଫୋନ୍ କରି ଅଭିଯୋଗ କରିଥିଲେ ସୁଦ୍ଧା ସମସ୍ୟାର କୌଣସି ସୁଧାର ହୋଇ ପାରିନାହିଁ । ଟୋଲ ଫ୍ରି ନମ୍ବରକୁ ଯୋଗାଯୋଗ କଲେ ସଂପୃକ୍ତ ବିଭାଗ ବା ସେହି ଏରିଆର ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ଉତ୍ତର ମିଳୁ ଥିବା ବେଳେ କିନ୍ତୁ ପରବର୍ତ୍ତୀ ସମୟରେ କାର୍ଯ୍ୟ ଫଳ ଶୂନ୍ୟ ରହିଛି । ଏସମ୍ପର୍କରେ ଜାଣିବା ପାଇଁ  ବିଭାଗୀୟ ଯନ୍ତ୍ରୀ ଦାରିଙ୍ଗବାଡିଙ୍କୁ (6370943589 ) ଏହି ନମ୍ୱରରେ ଫୋନ୍ ଯୋଗାଯୋଗ କରାଯାଇ ଥିଲା କିନ୍ତୁ ସେ ଫୋନ କଲ୍ ରିଶିଭ୍ କରି ନଥିଲେ କି କଲ୍ ବେକ୍ ମଧ୍ୟ କରି ନଥିଲେ । ବର୍ତ୍ତମାନ ଲୋ ଭୋଲଟେଜ୍ ସମସ୍ୟାକୁ ନେଇ ଅଞ୍ଚଳରେ ଆନ୍ଦୋଳନର ଦାନା ବାନ୍ଧୁଛି । ଏଣୁ ଜିଲ୍ଲା ପ୍ରଶାସନ ଅଞ୍ଚଳର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ୟା ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।